ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ କଲରାପତରିଆ ବାଘ ନୁହେଁ, ବଣ ଭୁଆଁ

ଭୁବନେଶ୍ଵର: ଭୁବନେଶ୍ଵର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବୁଲୁଥିବା ଜନ୍ତୁ ବାଘ ନା ବଣଭୁଆ ? ଏ ନେଇ ସ୍ପଷ୍ଟିକରଣ ରଖିଛନ୍ତି ବନ ବିଭାଗର ଅଧିକାରୀ। ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୁଆ ଦେଖିଥିବା କହିଛନ୍ତି। ହେଲେ ଏଯାଏଁ ଧରାପଡିନଥିବାରୁ ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇନି। କିନ୍ତୁ ବଣଭୁଆ ନେଇ ଯାହା ଆକଳନ କରାଯାଉଛି। ତେବେ ବାଘ ଥିବା ଚର୍ଚ୍ଚା ପରେ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି। ପୂର୍ବରୁ କୁକୁଡା ଥୋପ ଦେଇ ଯନ୍ତା ବସାଇଛି ବନ ବିଭାଗ। ସେପଟେ ଏହି ଚର୍ଚ୍ଚା ପରଠାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ୫ ବର୍ଷ ପୂର୍ବରୁ ବନ ବିଭାଗ ଏହି ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା। କିନ୍ତୁ ଏବେ ସୁଦ୍ଧା ବନ ବିଭାଗ ଯାହା କହୁଛି , ଏହା କଲରାପତରିଆ ବାଘ ନୁହେଁ, ବଣ ଭୁଆଁ ହୋଇଥାଇପାରେ। ଯେହେତୁ ତାକୁ ଧରାଯାଇନାହିଁ , ସେଥିପାଇଁ ଏହା ସ୍ପଷ୍ଟ ରୂପରେ କୁହାଯାଇପାରୁନାହିଁ ବାଘ ନା ବଣଭୁଆ ।

  • Related Posts

    ଏଲନିନୋର ପ୍ରଭାବକୁ ନେଇ ବିଚଳିତ ହୁଅନ୍ତୁ ନାହିଁ:ରାଜସ୍ଵ ମନ୍ତ୍ରୀ

    ଭୁବନେଶ୍ଵର : ଏଥର ରାଜ୍ୟରେ ହେବ ସ୍ଵାଭାବିକ ବର୍ଷା। ଏଲନିନୋକୁ ନେଇ ବିଚଳିତ ନହେବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ ଏଲନିନୋର ପ୍ରଭାବକୁ ନେଇ ବିଚଳିତ ହୁଅନ୍ତୁ ନାହିଁ। କମ୍ ବର୍ଷା ହେଲେ ସରକାରଙ୍କରପ୍ଲାନ ୨,୩ପ୍ରସ୍ତୁତ…

    Continue reading
    ୧୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

    ଭୁବନେଶ୍ୱର: ଆସନ୍ତା ସୋମବାର ଜୁନ୍‌ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ସରକାରୀ ଛୁଟି ଦିବସ ଯୋଗୁଁ ଆସନ୍ତା ୧୫ରେ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ତେବେ ପରବର୍ତ୍ତୀ ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ