ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ବର,୨୩/୦୪/୨୦୨୬: ଆଜି ରାଜ୍ୟ ସରକାର ଓଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ଏହାସହ ଶ୍ରୀ ସାହୁ ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍‌ଏଚ୍‌ଏମ୍‌)ର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ସାହୁଙ୍କର ଗତ ଜାନୁଆରି ୯ତାରିଖରେ ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରେଜିଷ୍ଟ୍ରାର ଭାବେ ବଦଳି ହୋଇଥିବାବେଳେ ସେ କାର୍ଯ୍ୟରେ ଯୋଗଦେଇନଥିଲେ। ଏହି ବଦଳି ନିର୍ଦ୍ଦେଶକୁ ବାତିଲ୍ କରାଯାଇଛି। ସେହିପରି ସିଡିଏର ପୂର୍ବତନ ସଚିବ ଶ୍ବେତ କୁମାର ଦାସଙ୍କୁ ଗତ ଫେବ୍ରୁଆରି ୧୯ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ସେ କାର୍ଯ୍ୟରେ ଯୋଗଦେଇନଥିଲେ। ଏହାକୁ ବି ବାତିଲ୍ କରାଯାଇଛି। ଶ୍ରୀ ଦାସଙ୍କୁ ଆଜି ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ରେଜିଷ୍ଟ୍ରାର ଭାବେ ବଦଳି ହୋଇଛି।
ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଭାବେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ସଚ୍ଚିଦାନନ୍ଦ ନାୟକଙ୍କୁ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ, ଝାରସୁଗୁଡ଼ା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ବାମନଘାଟୀ ଉପଜିଲ୍ଲାପାଳ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କୁ ଇଡ୍‌କୋର ଭୂମି ଅଧିକାରୀ, ବୌଦ୍ଧ ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଚାର୍ଲସ ନାୟକଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ପଦ୍ମଚରଣ ସାହୁଙ୍କୁ ଢେଙ୍କାନାଳ ଉପଜିଲ୍ଲାପାଳ, ବାଣପୁର ତହସିଲଦାର ପଦ୍ମନାଭ ଦୋରାଙ୍କୁ କନ୍ଧମାଳର ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷାନଗର ଉପଜିଲ୍ଲାପାଳ ଦୀନମଣି ନାଏକଙ୍କୁ ଢେଙ୍କାନାଳ ପର୍ଯ୍ୟଟନ ବିଭାଗର ଉପସଚିବ, ‌ଢେଙ୍କାନାଳ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ, ସହ‌ର ଯୋଜନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପୂର୍ବତନ ଓଏସ୍‌ଡି ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପାନପୋଷର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବାଣପୁର ବିଡିଓ ବିକାଶ କୁମାର ମହାନ୍ତିଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଓଏସ୍‌ଡମାର ସାଧାରଣ ପରିଚାଳକ ତାପସ କୁମାର ସେଠୀଙ୍କୁ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ, ଇଡ୍‌କୋର ପୂର୍ବତନ ଭୂମି ଅଧିକାରୀ ସ୍ମୃତି ରଂଜନ ମଲ୍ଲିକଙ୍କର ଗତ ମାର୍ଚ୍ଚ ୨୯ରେ ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିବାବେଳେ ଏହାକୁ ବାତିଲ୍ କରି ତାଙ୍କୁ ପୁଣି ସେହି ସମାନ ପଦରେ ନିଯୁକ୍ତି ଦିଆଯାଇଛି। କୋଲାବିରା ବିଡିଓ ଅଶୋକ କୁମାର ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ, ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ ଯୁଧିଷ୍ଠିର ମେହେରଙ୍କୁ ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ବଦଳି ହୋଇଛି।
ଏହିପରି ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨୦ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଥିବାବେଳେ ଏଥିରୁ ୫ଜଣ ଅଧିକା‌ରୀଙ୍କର ପୂର୍ବରୁ ବିଭିନ୍ନ ଜାଗାକୁ ବଦଳି ହୋଇଥିଲେ ହେଁ ସେମାନେ କାର୍ଯ୍ୟରେ ଯୋଗଦେଇନଥିଲେ। ତେଣୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ସହିତ ଏକ କଡ଼ା ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଏହି ବଦଳି ଆଦେଶ ଅଧୀନରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କୁ ବିଜ୍ଞପ୍ତି ଜାରି ହେବାର ୭ଦିନ ମଧ୍ୟରେ ସ୍ଥାନାନ୍ତରିତ ଅଧିକାରୀମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ନଚେତ୍ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏପ୍ରିଲ ୩୦ତାରିଖ ଅପରାହ୍ନରୁ କେନ୍ଦ୍ରୀୟ ଭାବେ ମୁକ୍ତ କରାଗଲା ବୋଲି ବିବେଚନା କରାଯିବ। ଏହାସହ ଏହି ବଦଳି ନିର୍ଦ୍ଦେଶନାମାର ଏକ ନକଲ ଟ୍ରେଜେରି ଓ ପରିଦର୍ଶନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ପଠାଯାଇଛି। ଏଥିରେ କୁହାଯାଇଛି ଯେ ମେ’୧ରୁ ଉପରୋକ୍ତ ବଦଳି ହୋଇଥିବା ଅଧିକାରୀମାନଙ୍କର ଦରମା (ସେମାନଙ୍କ ପୂର୍ବତନ ପଦବିର) ବନ୍ଦ କରିବା ନିମନ୍ତେ ସମ୍ପୃକ୍ତ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ଆ‌ବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯିବ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ