ଓଏଏସ୍‌, ଓଆରଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ୩୨ ଜଣ ଅଧିକାରୀ ବଦଳିଛନ୍ତି । ଏଥିରେ୧୩ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ୍‌) ଥିବାବେଳେ ୧୭ଜଣ ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍‌) ଅଧିକାରୀ ଓ ଦୁଇ ଜଣ ଓଡ଼ିଶା ମ୍ୟୁନିସିପାଲ ସେବା ପାହ୍ୟାର ଅଧିକାରୀ ଅଛନ୍ତି । କେନ୍ଦୁଝରର ଏଡିଏମ୍‌ ଥିବା ଅଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ବାରିପଦାରେ କାର୍ୟ୍ୟନିର୍ବାହୀ ଅଧିକାରୀ ଥିବା ମଧୁସ୍ମିତା ସାମନ୍ତରାୟଙ୍କୁ ବିଏମ୍‌ସିରେ ଡେପୁଟି କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି । ଚୌଦ୍ୱାର ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କୁ ବାରିପଦା ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଉତ୍ତରାଞ୍ଚଳ ଆରଡିସି ଅଫିସ୍‌ରେ ସହକାରୀ ସଚିବ ଥିବା ପ୍ରଦତ କୁମାର ସାହୁଙ୍କୁ କାମାକ୍ଷାନଗର ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ, ଭୁବନ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ(ଇଓ) ରାଜୀବ ଲୋଚନ ବେହେରାଙ୍କୁ ହିନ୍ଦୋଳ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ, ଉଦଳାର ସବ୍‌ରେଜିଷ୍ଟ୍ରାର ହେମନ୍ତ କୁମାର ସିଂଙ୍କୁ ଜଳେଶ୍ୱର ପୌରାଞ୍ଚଳର କାର୍ୟ୍ୟନିର୍ବାହୀ ଅଧିକାରୀ, ମାଲକାନଗିରିର ଉପଜିଲ୍ଲାପାଳ ଅଫିସ୍‌ରେ ସହକାରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ ପ୍ରସନ୍ନ କୁମାର ପାଢ଼ୀଙ୍କୁ ଗୁଡ଼ାରୀ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଗୁଡ଼ାରୀ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାଏକ ଗୁଣପୁର ପୌରାଞ୍ଚଳକୁ ବଦଳି ହୋଇଛନ୍ତି। ଉମରକୋଟ ପୌରାଞ୍ଚଳର କାର୍ୟ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ ବେଲଗୁଣ୍ଠା ଏନଏସିକୁ ବଦଳି କରାଯାଇଛି ।

ସୁକିନ୍ଦାର ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ଉଦଳା ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଆଠଗଡ଼ ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ତାଳଚେର ପୌରାଞ୍ଚଳକୁ ବଦଳି କରାଯାଇଛି । ସରୋଜ କୁମାର ଆଚାର୍ୟ୍ୟଙ୍କୁ କଟକ ମହାନଗର ନିଗମ ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବିଏମ୍‌ସିରେ ଡେପୁଟି କମିଶନର ଥିବା ଅଶୋକ କୁମାର ଲେଙ୍କାଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଛି । ନୂଆପଡ଼ାର ଡେପୁଟି କଲେକ୍ଟର ଆଲୋକ କୁମାର ଅନୁଗୁଳିଆ ଉମରକୋଟ ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ