ଓଏଏସ ଓ ଓଆରଏସ ଅଧିକାରୀ: ଏଣିକି ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ, ସ୍ଵଚ୍ଛ ଓ ଦାୟିତ୍ବସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପଦକ୍ଷେପ । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଓଡିଶା ପ୍ରଶାସନିକ ସେବା ବା ଓଏଏସ ଗ୍ରୁପ–ଏ (କନିଷ୍ଠ ବର୍ଗ) ଏବଂ ଓଡ଼ିଶା ରାଜସ୍ୱ ସେବା ବା ଓଆରଏସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ସମ୍ପର୍କିତ ନୀତି ଜାରି କରାଯାଇଛି । ରାଜ୍ଯ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ନୂତନ ନିୟମ ଅନୁଯାୟୀ, ପ୍ରତିବର୍ଷ ୧୫ ଏପ୍ରିଲରୁ ୧୫ ଜୁନ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟ ସମ୍ପାଦିତ ହେବ । ଏହା ବ୍ୟତୀତ ଅନ୍ୟ ସମୟରେ ବଦଳି ପାଇଁ ଉଚ୍ଚତର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଏଏସ ଏବଂ ଓଆରଏସ ଅଧିକାରୀଙ୍କ ପଦବୀରେ ରହିବା ସମୟ ସର୍ବନିମ୍ନ ୨ ବର୍ଷ ଓ ସର୍ବାଧିକ ୩ ବର୍ଷ ହେବ । ପ୍ରଶାସନିକ ଆବଶ୍ୟକତା ଏବଂ ଜନସ୍ଵାର୍ଥ ପରିପ୍ରେକ୍ଷୀରେ ଏହାର ପୁନର୍ବିଚାର ହୋଇପାରିବ । ବଦଳି ଆଦେଶ ପାଇବାର ୭ ଦିନ ମଧ୍ୟରେ ଓଏଏସ ଓ ଓଆରଏସ ଅଧିକାରୀଙ୍କୁ ଉପର ଅଧିକାରୀଙ୍କ ଦ୍ୱାରା ଦାୟିତ୍ବ ମୁକ୍ତ କରାଯିବ । ନହେଲେ ଅଷ୍ଟମ ଦିନରୁ ଆଦେଶକ୍ରମେ ରିଲିଭ ହୋଇଛନ୍ତି ବୋଲି ଧରାଯିବ ।
ଅଧିକାରୀମାନେ ନୂତନ ପୋଷ୍ଟିଂ ସ୍ଥାନରେ ୭ ଦିନ ମଧ୍ୟରେ ଯୋଗ ଦେବାକୁ ପଡିବ । କୌଣସି ବି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ନିରନ୍ତର ରହିପାରିବେ ନାହିଁ । ସମୁଦାୟ ସେବା ଅବଧିରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ । ଅଧିକାରୀଙ୍କ ପାଇଁ ନିଜ ଘରୋଇ ଜିଲ୍ଲାରେ ନିଯୁକ୍ତି ନିମନ୍ତେ ନିଷେଧାଦେଶ ଜାରି କରାଯାଇଛି । ମାତ୍ର ଅବସର ପୂର୍ବରୁ ବିଶେଷ ପରିସ୍ଥିତିରେ ଏ ସମ୍ପର୍କରେ ଛାଡ ମିଳିପାରେ । ୪୦% କିମ୍ବା ତାଠାରୁ ଅଧିକ ଦିବ୍ୟାଙ୍ଗ ଥିବା ଅଧିକାରୀଙ୍କ ବଦଳି ତାଙ୍କ ଅନୁରୋଧ ଅନୁଯାୟୀ ବିଚାର କରାଯିବ । ଦମ୍ପତିଙ୍କ ମାମଲାରେ ନିକଟସ୍ଥ ସ୍ଥାନରେ ପୋଷ୍ଟିଂ ସମ୍ପର୍କରେ ବିଚାର କରାଯିବ । ମାତ୍ର ଏହାକୁ ଅଧିକାର ଭାବେ କେହି ଦାବି କରିପାରିବେ ନାହିଁ ।
କେବିକେ ଅଞ୍ଚଳରେ ସେବାକୁ ଗୁରୁତ୍ୱ ଦେଇ ସେଠାରେ ଅନ୍ୟୂନ ୩ ବର୍ଷ କାର୍ଯ୍ୟ ପୂରଣ କଲେ ଅନ୍ୟ ଜିଲ୍ଲାକୁ ବଦଳି ବିଚାର କରାଯିବ । ଏହା ସହିତ ଅଧିକାରୀମାନେ ବଦଳି ପାଇଁ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସୁପାରିଶ କରିବାକୁ ନିଷେଧାଦେଶ ଜାରି କରାଯାଇଛି । ସମସ୍ତ ଅଧିକାରୀ ସେବାର ପ୍ରଥମ ଛଅ ବର୍ଷ ମଧ୍ୟରେ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ନିମନ୍ତେ ନିଶ୍ଚିତ କରାଯାଇଛି । ତେବେ, ଅଧିକାରୀଙ୍କ ବଦଳି ସଂକ୍ରାନ୍ତୀୟ ସମସ୍ତ ଅନୁରୋଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ କମିଟି ଦ୍ୱାରା ପରୀକ୍ଷା କରାଯାଇ ତଦନୁଯାୟୀ ସୁପାରିଶ କରାଯିବ । ସରକାର ସ୍ପଷ୍ଟ କରିଛନ୍ତି ଯେ କୌଣସି ଅଧିକାରୀ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଅଧିକାର ଦାବି କରିପାରିବେ ନାହିଁ । ସମସ୍ତଙ୍କୁ ସରକାରୀ ନିର୍ଦ୍ଦେଶ ମାନିବା ଆବଶ୍ୟକ । ଏହି ନୂତନ ନୀତି ପୂର୍ବରୁ ଜାରି ହୋଇଥିବା ସମସ୍ତ ସମ୍ପର୍କିତ ନିର୍ଦ୍ଦେଶ ଓ ନିୟମାବଳୀକୁ ରଦ୍ଦ କରିବା ସହ କାର୍ଯ୍ୟକାରୀ ହେବ ।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ