ଓଡ଼ିଶାରେ ଜିଏସ୍‌ଟି ଆଦାୟ ୪୫୯୨ କୋଟି

ଭୁବନେଶ୍ୱର: କେନ୍ଦ୍ର ସରକାର ଚଳିତ ବର୍ଷ ଅକ୍ଟୋବର ମାସରେ ସାମଗ୍ରୀ  ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୮୭ ଲକ୍ଷ  କୋଟି ଟଙ୍କା ଆଦାୟ କରିଛନ୍ତି । ବାର୍ଷିକ ଭିତ୍ତିରେ  ଏଥିରେ ୯% ଅଭିବୃଦ୍ଧି ହୋଇଛି । ସମାନ ସମୟରେ  ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୦% ବୃଦ୍ଧି ହୋଇ  ୪୫୯୨ କୋଟି ଟଙ୍କା ଛୁଇଁଛି । ଅର୍ଥ ମନ୍ତ୍ରଣାଳୟ  ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି ।

ଘରୋଇ ବଜାରରେ ବିକ୍ରି ବୃଦ୍ଧି ଏବଂ  ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟ  ବଢ଼ିଛି । ଅକ୍ଟୋବରର ସଂଗୃହିତ ମୋଟ ଜିଏସ୍‌ଟି ମଧ୍ୟରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି,  ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି ଏବଂ ୯୯,୧୧୧  କୋଟିର ସମନ୍ୱିତ ଜିଏସ୍‌ଟି ରହିଛି । ଏହି ମାସରେ ୧୨,୫୫୦ କୋଟିର କ୍ଷତିପୂରଣ ସେସ୍‌ ମଧ୍ୟ ଆଦାୟ  ହୋଇଛି ।

ଘରୋଇ ବଜାରରେ ନେଣଦେଣରୁ ଟିକସ  ୧୦.୬% ବୃଦ୍ଧି ହୋଇ ୧.୪୨ ଲକ୍ଷ କୋଟି ଟଙ୍କା  ଛୁଇଁଛି । ସେହିଭଳି ଆମଦାନିରୁ ପ୍ରତ୍ୟକ୍ଷ ଟିକସ  ୪% ବଢ଼ି ୪୫,୦୯୬ କୋଟି ଟଙ୍କା ରହିଛି ।  ସରକାର ଏହି ମାସରେ ୧୯,୩୦୬ କୋଟିର  ରିଫଣ୍ଡ ଜାରି କରିଛନ୍ତି । ଯାହା ୧୮.୨% ଅଭିବୃଦ୍ଧି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ