
ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶକ୍ତିକାନ୍ତ ଦାସ ଭୁବନେଶ୍ବରରେ ପହଞ୍ଚିଥିବାବେଳେ, ଶୁକ୍ରବାର ଅପରାହ୍ନରେ ପହଞ୍ଚିଛନ୍ତି ପ୍ରମୁଖ ସଚିବ ପିକେ ମିଶ୍ର।
ସୂଚନା ଅନୁଯାୟୀ, ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ଘଟଗାଁ ତାରିଣୀ ପୀଠକୁ ଯାଇ ମା’ ତାରିଣୀଙ୍କ ଦର୍ଶନ କରିବା ନେଇ କାର୍ୟ୍ୟକ୍ରମ ରହିଛି। ଆହୁରି ମଧ୍ୟ ଏହି ଗସ୍ତ ସମୟରେ ଅବସରରେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ।
ସେହିଭଳି ଶୁକ୍ରବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର। ଶୁକ୍ରବାର ସମ୍ବଲପୁରରେ ରାତ୍ରିଯାପନ କରିବେ। ଏହା ପରେ ଶନିବାର ସମ୍ବଲପୁର ଆଇଆଇଏମର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହା ସହ ପର୍ୟ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ।








