ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ: ୧୬ ବର୍ଷ ପରେ ଲେଉଟିବ କି ‘ଘୋଡ଼ାବେପାର’!

ଭୁବନେଶ୍ୱର : ୨୦୧୦ ପରଠାରୁ ଓଡ଼ିଶାରେ ଆଉ ରାଜ୍ୟସଭା ନିର୍ବାଚନ ବେଳେ ଘୋଡ଼ାବେପାର ହୋଇନାହିଁ । ସେବେଠାରୁ ସୁରୁଖୁରୁରେ ବିଜେଡ଼ି ତା’ର ପ୍ରାର୍ଥୀମାନଙ୍କୁ ଜିତାଇ ଚାଲିଛି । ୨୦୧୪ରେ ରଞ୍ଜୀବ ବିଶ୍ୱାଳ ବିଜେଡ଼ି-ବିଜେପିକୁ ଚକମା ଦେଇ ବାଜିମାତ୍‌ କରିଥିଲେବି ସେତେବେଳେ ଘୋଡ଼ାବେପାରର ସୋରଶବ୍ଦ ନଥିଲା । କିନ୍ତୁ ପୁଣି ୧୬ ବର୍ଷ ପରେ ଓଡ଼ିଶାର ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ହେବାର ସମ୍ଭାବନା ସୃଷ୍ଟିହୋଇଛି ।
ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବଢ଼ିଆ ଗୋଟି ଚଳାଇଛନ୍ତି । ବିଜେଡ଼ି ପକ୍ଷରୁ ଦୁଇ ପ୍ରାର୍ଥୀ ଦିଆଯାଇଛି । ସଂତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ‘କମନ କ୍ୟାଣ୍ଡିକେଟ୍‌’ ବୋଲି କହିଛନ୍ତି ନବୀନ । କିନ୍ତୁ ଏହାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଟିକେ ଅସହଜ ମନେକରିଛନ୍ତି । କାହିଁକିନା ସେ ହିଁ ନବୀନଙ୍କୁ ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଠିଆ କରିବାକୁ ପ୍ରସ୍ତାବ ଦେଇଥିଲେ । ନବୀନଙ୍କ ସହ ଆଲୋଚନା ବି କରିଥିଲେ । ହେଲେ ତାଙ୍କ ଅନୁପସ୍ଥିତିରେ କମନ କ୍ୟାଣ୍ଡିଡେଟ ଘୋଷଣା କରିବା କଥାକୁ ସେ ଦେହକୁ ନେଇ ଯାଇଛନ୍ତି । ଅବଶ୍ୟ ପ୍ରାର୍ଥୀପତ୍ର ଦାଖଲ ବେଳେ ସବୁକିଛି ସ୍ପଷ୍ଟ ହୋଇଯିବ । ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ଏକାଠି ଠିଆହୋଇ ମିଡ଼ିଆକୁ ସମ୍ବୋଧିତ କରୁଛନ୍ତି ନା ନାହିଁ ତାହା ଉପରେ ବି ନଜର ରହିଛି । କାହିଁକିନା ନବୀନ ବାବୁ ତାଙ୍କ ଦେହରେ କଂଗ୍ରେସ ବାସ୍ନା ଲାଗୁ ବୋଲି ଚାହାନ୍ତିନି । ଏମିତି ସ୍ଥିତି ଆସିଲେ ନବୀନ କିଭଳି ଚୁପ୍‌ କିନା ଖସିଯିବେ ତା’ର ବାଟ ବି ରଖିଛନ୍ତି । ଏମିତିବି ସେ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଉପସ୍ଥିତ ନରହିବାର କୌଶଳକୁ ବି ଆପଣାଇପାରନ୍ତି । ଯାହାଫଳରେ ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ଅନ୍ୟ ନେତାଙ୍କ ସହ ମିଶି ଭକ୍ତ ପ୍ରେସକୁ ସମ୍ବୋଧିତ କରିବେ ।
ଏବେ ଆସିବା ବିଜେପି ଆଡକୁ । ବିଜେପିର ନେତାମାନେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବେଶ୍‌ ତୁମ୍ବିତୋଫାନ କରିଥିଲେ । ଆମେ ୩ ଆସନ ଜିତିବା ନିଶ୍ଚିତ । ସେ କୌଶଳ ଆମକୁ ଜଣାଅଛି ବୋଲି କହିଥିଲେ । ଏବେ ନବୀନ-ଭକ୍ତ କମନ କ୍ୟାଣ୍ଡିଡେଟ ଦେବାପରେ ବିଜେପି ଚିନ୍ତାରେ ପଡ଼ିଯାଇଛି । କାହିଁକିନା କଂଗ୍ରେସ-ବିଜେଡ଼ି ଏକାଠି ହୋଇ ଏମିତି ଗୋଟି ଚଳାଇବେ ବୋଲି ସେମାନେ କଳନା ବି କରିନଥିଲେ । ସଂଖ୍ୟା ଦୃଷ୍ଟିରୁ ଡାକ୍ତର ଦତ୍ତେଶ୍ୱରଙ୍କ ପଲା ବେଶ୍‌ ଭାରି ରହିଛି । ଯଦି ବିଜେପି ତୃତୀୟ ଆସନ ପାଇଁ ପ୍ରାର୍ଥୀ ନଦିଏ ତେବେ ଏହା ବିଜେପିର ନୈତିକ ପରାଜୟ । ମିଡ଼ିଆରେ ମୁହଁଭୁରୁଡ଼ି ମାରିଥିବା ନେତାମାନଙ୍କୁ ଏହା ଝଟକା କହିଲେ ଭୁଲ୍‌ ହେବନାହିଁ ।
ଏମିତିବି ବିଜେପି ପାଖରେ ୨୨ ବଳକା ଭୋଟ୍‌ ରହିଛି । କଂଗ୍ରେସ ଓ ବିଜେଡ଼ିରେ ବି ଅନେକ ଅସନ୍ତୁଷ୍ଟ ରହିଛନ୍ତି । ସରକାରୀ ଦଳ ଉଦ୍ୟମ କଲେ ଅତୀତରେ ବିଜେଡ଼ି ଭଳି ସେମାନେ ବି କମାଲ୍‌ କରିପାରିବେ । ବିଜେପି ଯଦି ତୃତୀୟ ପ୍ରାର୍ଥୀ ଦିଏ ତେବେ ପୁଣିଥରେ ଘୋଡ଼ାବେପାର ହେବା ନିଶ୍ଚିତ ।

  • Related Posts

    ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ

    ବାଙ୍ଗିରିପୋଷି :ଅଭିନବ ଉପାୟରେ ଚାଲିଥିଲା ବେଆଇନ ଗୋ-ଚାଲାଣ। ରାସ୍ତାରେ ମାଡି ବସିଲା ପୁଲିସ। ତେଲ ପରିବହନ ବାହାନାରେ ଏକ ବଡ଼ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିଲେ ଦୁର୍ବୃତ୍ତ । ଟ୍ୟାଙ୍କର ଗାଡି ଜବତ ସହ ପୁଲିସ ଦ୍ୱାରା…

    Continue reading
    ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକ ମୃତ

    କଳାହାଣ୍ଡି: ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପ୍ରେମରାଜ ବିଶୋଇ (୪୦ ବର୍ଷ)। ଏହି ଅଘଟଣ ପରେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଥିବାବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ