ଓଡ଼ିଶାରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ୱର: ବନ୍ୟପ୍ରାଣୀ ସଂରକ୍ଷଣ, ବୈଜ୍ଞାନିକ ଗବେଷଣା, ପରିବେଶ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ଇକୋ-ଟୁରିଜମ୍‌କୁ ଅଧିକ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଓଡ଼ିଶାରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ-୨୦୨୬ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଯୋଗଦେଇଥିଲେ।

ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ବନ୍ୟପ୍ରାଣୀ ସପ୍ତାହ କେବଳ ବନ୍ୟପ୍ରାଣୀଙ୍କ ପ୍ରତି ଆମର ଭଲପାଇବା ପ୍ରକାଶ କରିବାର ଏକ ଅବସର ନୁହେଁ, ବରଂ ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ନୂଆ ସଂକଳ୍ପ ନେବାର ଅବସର। ଗତ ଦୁଇ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ସଫଳତା ପଛରେ ବୈଜ୍ଞାନିକ ଦୃଷ୍ଟିକୋଣ, ଆଧୁନିକ ପ୍ରଯୁକ୍ତି, ଦୃଢ଼ ପ୍ରଶାସନିକ ପଦକ୍ଷେପ ସହିତ ବନ କର୍ମଚାରୀ ଓ ସ୍ଥାନୀୟ ସମୁଦାୟଙ୍କର ନିଷ୍ଠାପୂର୍ଣ୍ଣ ଅବଦାନ ରହିଛି।

କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ଶାଖାର ବିଭିନ୍ନ ସଫଳତା ଏବଂ ସପ୍ତାହବ୍ୟାପୀ ବନ୍ୟପ୍ରାଣୀ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ CM-GROW (ଚିଫ୍ ମିନିଷ୍ଟର୍ସ ଗ୍ରାଣ୍ଟ୍ ଫର୍ ରିସର୍ଚ୍ଚ ଅନ୍ ଓଡ଼ିଶାଜ୍ ୱାଇଲ୍ଡଲାଇଫ୍) ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଓଡ଼ିଶାର ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ବୈଜ୍ଞାନିକ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଗବେଷଣାଭିତ୍ତିକ ସଂରକ୍ଷଣ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଓଡ଼ିଶାର ବିଭିନ୍ନ ଦିବସୀୟ ଇକୋ-ଟୁରିଜମ୍ ଗନ୍ତବ୍ୟସ୍ଥଳର ଅନଲାଇନ୍ ଉଦ୍‌ଘାଟନ କରାଯାଇଥିଲା। ଏଥିରେ ଚନ୍ଦକା ବନ୍ୟପ୍ରାଣୀ ବିଭାଗର ପିକକ୍ ଭ୍ୟାଲି ଓ ନାଗେଶ୍ୱର ଡ୍ୟାମ୍, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବିଭାଗର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଚିଲିକା ବନ୍ୟପ୍ରାଣୀ ବିଭାଗର କରଖୋଲ, ସମ୍ବଲପୁର ଚିଡ଼ିଆଖାନା ଏବଂ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ପରିଦର୍ଶକ ସୁବିଧା ଆଦି ସାମିଲ ରହିଛି।

ଏହାସହ ଚିଲିକାର ରାଜହଂସ, କୋରାପୁଟ ବନ ବିଭାଗର ରାଣୀ ଡୁଡୁମା, ମହାନଦୀ ବନ୍ୟପ୍ରାଣୀ ବିଭାଗର ବଡ଼ମୂଳ, ରାଜନଗର ବନ୍ୟପ୍ରାଣୀ ବିଭାଗର ପେଣ୍ଠା ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୱାକ୍-ଥ୍ରୁ ଏଭିଆରୀ ସମ୍ପ୍ରସାରଣ, ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର୍ ବିକାଶ ଓ ଭେଟେରିନାରୀ ହସ୍ପିଟାଲ୍ ସମ୍ପ୍ରସାରଣ ପାଇଁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରାଯାଇଥିଲା।

ଏହି ଅବସରରେ “ଦ ବାୟୋଡାଇଭର୍ସିଟି ଅଫ୍ ଇଷ୍ଟର୍ନ ଘାଟ୍ସ” ଚଳଚ୍ଚିତ୍ରର ଶୁଭାରମ୍ଭ କରାଯାଇଥିଲା। ଓଡ଼ିଶାର ସମୃଦ୍ଧ ଜୈବବିବିଧତା ଓ ପୂର୍ବଘାଟର ପରିବେଶୀୟ ଗୁରୁତ୍ୱକୁ ଉପସ୍ଥାପନ କରୁଥିବା ଏହି ଚଳଚ୍ଚିତ୍ର ସହ “ଦ ଇଣ୍ଟରଟାଇଡାଲ୍ ଇକୋସିଷ୍ଟମ୍ ଅଫ୍ ଭିତରକନିକା” ଚଳଚ୍ଚିତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ “ୱାଇଲ୍ଡଲାଇଫ୍ ଓଡ଼ିଶା – ୨୦୨୬”, “ଦ ଲଙ୍ଗ୍ ୱାକ୍ ଟୁ ସିମିଳିପାଳ”, “ଏକ୍ସପ୍ଲୋର୍ ଓଡ଼ିଶା”, “ଅର୍କିଡ୍ ଜେନେରା ଅଫ୍ ଓଡ଼ିଶା ଇନ୍ ପିକ୍ଚର୍ସ”, “ମହାନଦୀ ରେ ଘଡ଼ିଆଳ ର ଜୀବନୀ”, “ଟ୍ରାକିଂ ଦ ଓସନ୍ ୱାଣ୍ଡରର୍ସ” ଏବଂ “ଟୁ ଫ୍ଲାମିଙ୍ଗୋସ୍ ଟୁ ଜର୍ନିଜ୍” ସମେତ ବିଭିନ୍ନ ପୁସ୍ତକ, ଗାଇଡ୍ ବୁକ୍, ବ୍ରୋସ୍ୟୁର୍ ଓ ବୈଷୟିକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ପ୍ରକାଶନଗୁଡ଼ିକରେ ଓଡ଼ିଶାର ଜୈବବିବିଧତା, ବନ୍ୟପ୍ରାଣୀ ସଂରକ୍ଷଣ, ଇକୋ-ଟୁରିଜମ୍ ଏବଂ ବିଭିନ୍ନ ପ୍ରଜାତିର ସାଟେଲାଇଟ୍ ଟେଲିମେଟ୍ରି ଅଧ୍ୟୟନ ସମ୍ପର୍କରେ ତଥ୍ୟ ସ୍ଥାନ ପାଇଛି।

ଏହି ଅବସରରେ ବନ୍ୟପ୍ରାଣୀ ଓ ପ୍ରକୃତି ସଂରକ୍ଷଣ ସମ୍ପର୍କିତ ରଙ୍ଗୀନ ଡାକ କାର୍ଡ ଏବଂ ସ୍ୱତନ୍ତ୍ର ଡାକ ଆବରଣ ମଧ୍ୟ ପ୍ରକାଶ କରାଯାଇଥିଲା। ଏହା ଓଡ଼ିଶାର ବନ୍ୟପ୍ରାଣୀ ଓ ଜୈବବିବିଧତାର ବିଶେଷତାକୁ ବ୍ୟାପକ ଭାବେ ପ୍ରଚାର କରିବାରେ ସହାୟକ ହେବ।

ବନ୍ୟପ୍ରାଣୀ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଘର ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅନୁଦାନ ମଞ୍ଜୁରୀ ଆଦେଶ ଓ ଚେକ୍ ବଣ୍ଟନ କରାଯାଇଥିଲା। ମାନବ-ବନ୍ୟପ୍ରାଣୀ ସଂଘର୍ଷରେ ପ୍ରଭାବିତ ଲୋକଙ୍କ ପ୍ରତି ସରକାରଙ୍କ ସହଯୋଗ ଓ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ।

ଏହି ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡ. କେ. ମୁରୁଗେଶନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝା, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ. ମନୋଜ ଭି. ନାୟାରଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ, ବନ୍ୟପ୍ରାଣୀପ୍ରେମୀ ଓ ପରିବେଶବିତ୍‌ମାନେ ଉପସ୍ଥିତ ଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ