ଓଡ଼ିଶାରେ ସେପ୍ଟେମ୍ବରରୁ ହେବ ଏସଆଇଆର, ଜାନୁଆରୀରେ ଆସିବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ଓଡ଼ିଶାରେ ହେବ ଏସଆଇଆର (ସ୍ୱତନ୍ତ୍ର ସଘନ ସଂଶୋଧନ) । ଓଡିଶାରେ ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସିଇଓ ଆର. ଗୋପାଲନ । ସେହିପରି ଆସନ୍ତା ମାସରୁ ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି ।ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ହେବ ଏସଆଇଆର । ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା । ଏସଆଇଆର ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଲନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଲନ ଆଜି ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏ ବିବାଦରେ ଆଲୋଚନା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସିଇଓ କହିଛନ୍ତି, “ଆସନ୍ତା ମାସରୁ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ । ଆସନ୍ତା ବର୍ଷ ଜାନୁଆରି ୭ରେ ଆସିବ ସଂଶୋଧିତ ତାଲିକା ।”ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ୭ ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି । ସେଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା । ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ପାଇଁ ଦିଆଯାଇଛି । ଏହି ଏପିକ ନମ୍ବରରେ ଆଉ କେହି ଭୋଟ ଦେଇପାରିବେ ନାହିଁ ।” ଓଡିଶାରେ ଶେଷଥର ପାଇଁ ୨୦୦୨ରେ ଭୋଟର ତାଲିକା ସଂଶୋଧନ ହୋଇଥିଲା । ଅର୍ଥାତ ୨୪ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବ ଏସଆଇଆର । ଚୂଡ଼ାନ୍ତ ତାଲିକା ଆସିବା ପରେ କେତେ ଭୋଟର ରହିଲେ ଓ କେତେ କଟିଲେ ସ୍ପଷ୍ଟ ହେବ ।ବିଭିନ୍ନ ରାଜନୈତିକ ଦଳର ଅଭିଯୋଗ ଉପରେ ଜବାବ ରଖିଲେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ । ବିଜେଡି ଓ କଂଗ୍ରେସ ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବିଧାନସଭା ଓ ଲୋକସଭା ଭୋଟିଂ ବ୍ୟବଧାନ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ ଅଧିକାରୀ । କହିଛନ୍ତି, ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି । ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ବିଶ୍ୱସନୀୟତା ଓ ଲୋକଙ୍କ ଆସ୍ଥା ଭାଙ୍ଗନ୍ତୁ ନାହିଁ । କିଛି ଭୋଟର ବିଧାନସଭା ଆସନ ପାଇଁ ଭୋଟ ଦେଇ ଲୋକସଭା ଆସନ ପାଇଁ ଭୋଟ ଦେଇନାହାନ୍ତି ।ସ୍ୱତନ୍ତ୍ର ଭୋଟ ତାଲିକା ସଂଶୋଧନକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ଏହାକୁ ପ୍ରସଙ୍ଗ କରି ନିର୍ବାଚନ କମିସନ ଓ କେନ୍ଦ୍ର ସରକାରକୁ ଘେରୁଛନ୍ତି । ଭୋଟ ଚୋରିକୁ ନେଇ ଦେଶର ରାଜନୀତି ଗୋଳିଆ ହୋଇଛି । ଭୋଟ ଚୋରି ପ୍ରସଙ୍ଗରେ ସେପ୍ଟେମ୍ବର ୪ରେ ନିର୍ବାଚନ କମିସନଙ୍କ ଆଗରେ ଧାରଣା ଦେବାକୁ କଂଗ୍ରେସ ଘୋଷଣା କରିଛି । ବିଜେଡି ଏହି ପ୍ରସଙ୍ଗରେ ପୂର୍ବରୁ ନିର୍ବାଚନ କମିସନଙ୍କୁ ଭେଟି ନିଜର ପକ୍ଷ ରଖିଛି । ଆଗାମୀ ଦିନରେ ବିଜେଡି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେଡି ନେତା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କହିଛନ୍ତି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ