satelite center in odisha ଓଡ଼ିଶାରେ ହେବ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର !

ଭୁବନେଶ୍ବର: ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ପାଇଁ ରହିଛି ବଡ଼ ସୁଯୋଗ । ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିବା ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍‌ସାକ୍‌ରେ ଗତକାଲି (ସୋମବାର) ଆୟୋଜିତ ‘ଜାତୀୟ ମହାକାଶ ଦିବସ’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ନିକଟରେ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି ।

ମହାକାଶ ଓ ବିଜ୍ଞାନ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବିଜ୍ଞାନ ଭବନ, ଓର୍‌ସାକ୍‌ର ନୂତନ କୋଠା ଏବଂ ଜିଆଇଏସ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ବିଜ୍ଞାନ, ମହାକାଶ ଓ ଭୂ-ସ୍ଥାନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣାକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।ରାଜ୍ୟର ବିକାଶରେ ଉପଗ୍ରହଭିତ୍ତିକ ପ୍ରଯୁକ୍ତିର ଭୂମିକାକୁ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଓର୍‌ସାକ୍‌ ମାଧ୍ୟମରେ ଚାଷଜମି, ଭୂତଳ ଜଳ ଓ ଖଣିଜ ସମ୍ପଦ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଉଛି । ଏହି ତଥ୍ୟର ଉପଯୋଗ ଦ୍ୱାରା ଅନେକ କ୍ଷେତ୍ରରେ ସରକାରୀ ରାଜସ୍ୱ ସଞ୍ଚୟ କରାଯାଇପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

କେବଳ ସରକାରୀ ସଂସ୍ଥା ନୁହେଁ, ରାଜ୍ୟର ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟ ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି । ଓଡ଼ିଶାର ଷ୍ଟାର୍ଟଅପ୍‌ ଦ୍ୱାରା ନିର୍ମିତ ଡ୍ରୋନ୍‌ ଭଳି ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ନେଇ ମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଓଡ଼ିଶାର ବୈଜ୍ଞାନିକମାନେ ଏହି କ୍ଷେତ୍ରରେ ଆହୁରି ବଡ଼ ଅବଦାନ ରଖିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ କହିଛନ୍ତି, “ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଲଗାତାର ଅଗ୍ରଗତି କରୁଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା କରାଯାଇଛି ।” ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ପରିଦର୍ଶନ କରି ମହାକାଶ, ଗ୍ରହ ଓ ନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ପ୍ରତ୍ୟେକ ବିଷୟ ପ୍ରତି ଜିଜ୍ଞାସୁ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଯଦି ଆକାର ନିଏ, ତେବେ ଏହା ରାଜ୍ୟର ମହାକାଶ ବିଜ୍ଞାନ, ଗବେଷଣା, ଷ୍ଟାର୍ଟଅପ୍‌ ଓ ଯୁବ ବୈଜ୍ଞାନିକଙ୍କ ପାଇଁ ନୂଆ ଦିଗ ଖୋଲିପାରେ ।

  • Related Posts

    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading
    ଭୋଟର ତାଲିକାରେ ନାମ ସାମିଲ ପାଇଁ ୩୩,୫୧୫ଟି ଫର୍ମ-୬ ଆବେଦନ ଗ୍ରହଣ

    ୩ ଦିନରେ ରାଜ୍ୟବ୍ୟାପୀ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ ଭୁବନେଶ୍ୱର : ୧୦ ଅକ୍ଟୋବର ୨୦୨୬ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ