ଓଡ଼ିଶାର ୧୭ ଜଣଙ୍କୁ ପୁଲିସ ସେବା ପୁରସ୍କାର,୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ବର : ୨୦୨୬ ପାଇଁ ପୁଲିସ ସେବା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୁଲିସ ସେବା ପୁରସ୍କାର। ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। DG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ।
ପ୍ରଶଂସନୀୟ ସେବା ପାଇଁ DSP ମନୋରଂଜନ ପାଇକରାୟ, DSP ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟୀ କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମୀନତିନନ୍ଦନ ପତି, କନଷ୍ଟେବଳ ଶ୍ୟାମଳି ବିଶ୍ବାସ, ସବ୍ ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଳଦାର ସୁବାସ ଚନ୍ଦ୍ର ତ୍ରନାଥ ଗୌଡ, କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାଁ, ହାବିଳଦାର ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ପୁରସ୍କୃତ କରାଯିବ।
ସେହିପରି ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଳଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ, କମାଣ୍ଡୋ ସୁରେଶ ଚନ୍ଦ୍ର ପୁତଙ୍କୁ ମିଳିବ ସାହସିକତା ପୁରସ୍କାର।ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ। ଅଗ୍ନିଶମ ସେବାରେ ଏଏସଓ ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଅମିତାଭ ରାଜ ଓ ନିଏଲ କେରକେଟାଙ୍କୁ ସାହସିକତା ପଦକ ମିଳିବ।ସେହିପରି ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ ମିଳିବ। ଗୃହରକ୍ଷୀ ସେବାରେ ଅଭିରାମ ସେଠୀଙ୍କୁ ସାହସିକତା ପଦକ ମିଳିବ। ସଂସ୍କାରମୂଳକ ସେବା ପାଇଁ ପ୍ରମୋଦ ସ୍ଵାଇଁ ଓ ବିଶ୍ଵନାଥ ପଣ୍ଡାଙ୍କୁ ସାହସିକତା ପଦକ ମିଳିବ।

ସ୍ବାଧୀନତା ଦିବସ ଅବସରରେ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ନାଗରିକ ପ୍ରତିରକ୍ଷା ଏବଂ ସଂଶୋଧନ ସେବାର ମୋଟ ୧,୦୫୭ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯିବ। ସାହାସିକତା ପାଇଁ ୩୦୧ ପୁରସ୍କାର ମଧ୍ୟରୁ ୨୭୨ ପୋଲିସ କର୍ମଚାରୀଙ୍କୁ ଏବଂ ୨୯ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଦିଆଯାଇଛି। ୯୨ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ