ଓଡ଼ିଶା ଆସିବେ ୩ ମହାବଳ

ଭୁବନେଶ୍ୱର : ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବେ ୩ ମହାବାଳ ବାଘ । ରାଜ୍ୟ ସରକାରଙ୍କ ଔପଚାରିକ ଅନୁରୋଧକୁ ଅପେକ୍ଷା କରିଛି ମଧ୍ୟପ୍ରଦେଶ ବନବିଭାଗ । ସେମାନେ ଶୀତ ଋୁତୁରେ ରାଜ୍ୟ ବନବିଭାଗ ନିକଟକୁ ଏହି ପ୍ରସ୍ତାବ ପଠାଇ ପାରନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ ମିଳିବା ପରେ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଛତିଶଗଡ଼ ବନବିଭାଗ ପକ୍ଷରୁ କୁହାଯାଇଛି । ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ(ଏପିସିସିଏଫ୍) ଏଲ୍. କୃଷ୍ଣମୂର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ମଧ୍ୟରେ ବାଘ ସ୍ଥାନାନ୍ତର ଯୋଜନା ଅଧୀନରେ ଛତିଶଗଡ଼ଢ଼କୁ ୪ଟି, ଓଡ଼ିଶାକୁ ୩ଟି ଏବଂ ରାଜସ୍ଥାନକୁ ଗୋଟିଏ ବାଘ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟ ଗୁଡ଼ିକ ପକ୍ଷରୁ କୌଣସି ଦାବି କରାଯାଇ ନାହିଁ । ତେଣୁ, ଦାବି ମିଳିବା ପରେ ହିଁ ସ୍ଥାନାନ୍ତର ପାଇଁ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ । ମଧ୍ୟପ୍ରଦେଶର ବାନ୍ଧବଗଡ଼, ପେଞ୍ଚ୍ ଏବଂ ସାତପୁରା ବାଘ ସଂରକ୍ଷଣ କେନ୍ଦ୍ରରେ ବାଘ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶାର ଶିମିଳିପାଳ, ସାତକୋଶିଆ ଅଭୟାରଣ୍ୟରେ ମହାବଳଙ୍କ ଖାଦ୍ୟ ବିଶେଷକରି ବର୍ହା ଓ ହରିଣ ପ୍ରଚୁର ପରିମାଣର ଉପଲବ୍ଧ । ତେଣୁ ଏହି ଅଭୟାରଣ୍ୟକୁ ମହାବଳ ସ୍ଥାନାନ୍ତର କରାଗଲେ ଏଠାରେ ମହାବଳ ବଂଶରେ ବୃଦ୍ଧି ଘଟିବ ।
ସୂଚନା ଥାଉକି, ଶିମିଳିପାଳରେ ବାଘବଂଶ ବୃଦ୍ଧି ସହ ମେଲେନାଷ୍ଟିକ୍ ପ୍ରଜାତିର ଆନୁବଂଶିକ ପ୍ରକ୍ରିୟା ରୋକିବାକୁ ୨୦୨୪ ମସିହାରେ ବନ ବିଭାଗ ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ପ୍ରଥମେ ‘ଯମୁନା’କୁ ଆଣି ଶିମିଳିପାଳରେ ଛାଡ଼ିଥିଲା । ୨୦୨୪ ନଭେମ୍ବରରେ ‘ଜିନ୍ନତ’କୁ ଶିମିଳିପାଳରେ ଛଡ଼ାଯାଇଥିଲା । ଜିନ୍ନତ ୪ ଶାବକ ଜନ୍ମଦେବା ପରେ ଶିମିଳିପାଳରେ ମହାବଳ ବଂଶବୃଦ୍ଧି ନେଇ ବନବିଭାଗ ଏକପ୍ରକାର ନିଶ୍ଚିତ ହୋଇଥିଲା । ତେଣୁ ମଧ୍ୟପ୍ରଦେଶରୁ ବାଘ ସ୍ଥାନାନ୍ତର ପ୍ରକ୍ରିୟାରେଆଉ ୩ଟି ବାଘ ଆଣି ଓଡ଼ିଶା ଜଙ୍ଗଲରେ ଛଡ଼ାଗଲେ ଏଠାରେ ମହାବଳ ବାଘ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ