ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ 

ଭୁବନେଶ୍ୱର : ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ୧୫ଟି କ୍ରୀଡା ବର୍ଗରେ ସର୍ବମୋଟ ୧୨୯ କ୍ରୀଡ଼ାବିତ୍‌ମାନଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଖୋଖୋ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୭୫ ହଜାର, ବୁଶୁ (Wushu) କ୍ରୀଡ଼ାବିତ୍‌ଙ୍କୁ ୧ ଲକ୍ଷ ୯୬ ହଜାର, କରାଟେ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୫୮ ହଜାର ୫୦୦ ଟଙ୍କା, ପେଂଚକ ସିଲେଟ (Pencak Silat) କ୍ରୀଡ଼ାବିତ୍‌ଙ୍କୁ ୨ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

 

ସେହିପରି ଭାବେ ପାରା-ଆଥଲେଟିକ କ୍ରୀଡ଼ାବିତମାନଙ୍କୁ ୧ ଲକ୍ଷ ୧୭ ହଜାର ଟଙ୍କା, ବେସବଲ୍ କ୍ରୀଡ଼ାବିତ୍‌ଙ୍କୁ ୨୪,୫୦୦ ଟଙ୍କା, ତାଇକ୍ଵାଣ୍ଡୋ (Taekwondo) କ୍ରୀଡ଼ାବିତ୍‌ଙ୍କୁ ୯୮ ହଜାର ଟଙ୍କା, ମୁକବଧିର କ୍ରିକେଟ୍ (Deaf Cricket) କ୍ରୀଡ଼ାବିତ୍‌ଙ୍କୁ ୬୨ ହଜାର ୫୦୦ ଟଙ୍କା, ଜୁ-ଜିସ୍‌ଛୁ (Ju-Jitsu) କ୍ରୀଡ଼ାବିତ୍‌ଙ୍କୁ ୫୩ ହଜାର ଟଙ୍କା, ହ୍ୱିଲଚେୟାର ଫେନ୍‌ସିଙ୍ଗ (Wheel Chair Fencing) କ୍ରୀଡାବିତ୍‌ଙ୍କୁ ୭୦ ହଜାର ଟଙ୍କା, ପାରା ସନ୍ତରଣ କ୍ରୀଡ଼ାବିତ୍‌ଙ୍କୁ ୫୩ ହଜାର ଟଙ୍କା, ଭାରୋତ୍ତୋଳନ କ୍ରୀଡ଼ାବିତ୍ ଙ୍କୁ ୪୪ ହଜାର ଟଙ୍କା, ସନ୍ତରଣ କ୍ରୀଡ଼ାବିତଙ୍କୁ ୩୭,୦୦୦ ଟଙ୍କା,ପାରା-ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତଙ୍କୁ ୩୦ ହଜାର ଟଙ୍କା ଓ ଚେସ୍‌ ଖେଳାଳୀଙ୍କୁ ୫,୦୦୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

 

ଆଜିର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତିଭାବାନ୍‌ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।

 

ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ, ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ଆପଣମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ଏବଂ ଆଜିର ଦିନଟି କ୍ରୀଡାବିତ୍ ମାନଙ୍କର ସଫଳତା ନିମନ୍ତେ ଉତ୍ସର୍ଗୀକୃତ। ଆଗକୁ ମଧ୍ୟ ଆମ କ୍ରୀଡାବିତ୍ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ଆମ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଅର୍ଜନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ। ଏଥିସହ କ୍ରୀଡାର ଓ କ୍ରୀଡାବିତ୍ ମାନଙ୍କର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।

 

ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତ୍‌ମାନଙ୍କ ସମେତ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ