
ଭୁବନେଶ୍ୱର: ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା ଓ ଉପବାଚସ୍ପତି ମୋହନ ସିଂ ବିଷ୍ଟ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ରାଜ୍ୟ ବିଧାନସଭାଠାରେ ସାକ୍ଷାତ କରିଛନ୍ତି ।
ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିର ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ୟ୍ୟାବଳୀ ଓ କାର୍ୟ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହେବା ସହ ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ନେଭା) ମାଧ୍ୟମରେ କାଗଜବିହୀନ ବିଧାନସଭା ପରିଚାଳନାର ସଫଳ କାର୍ୟ୍ୟକାରିତା ନେଇ ଆଲୋଚନା କରିଥିଲେ ।
ଏହି ଅବସରରେ ଦିଲ୍ଲୀ ବିଧାନସଭାର ସଚିବ ଶ୍ରୀ ରଣଜିତ ସିଂ, ବିତ୍ତ ଅଧିକାରୀ ଶ୍ରୀ ଗୁରୀନ୍ଦର ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।








