
ଭୁବନେଶ୍ବର: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ। ଅନେକ ସ୍ଥାନରେ ପିକେଟିଂ କରି, ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରୁଛନ୍ତି କଂଗ୍ରେସ କର୍ମୀ । କେଉଁଠି ଏନଏଚ୍ ବନ୍ଦ, ପୁଣି କେଉଁଠି ଆନ୍ଦୋଳନକାରୀ ଅଟକାଇଛନ୍ତି ଟ୍ରେନ୍। ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ଗାଡ଼ିକୁ ଅଟକାଇ ବନ୍ଦକୁ ସମର୍ଥନ କରିବାକୁ ଅପିଲ୍ ବି କରୁଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ବସ୍ ଟର୍ମିନାଲରୁ ବସ୍ ଗଡୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ମାଲ ପରିବହନ ବି ବାଧାପ୍ରାପ୍ତ ହୋଇଛି।
୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଓଡ଼ିଶା ବନ୍ଦ ପାଳନ କରୁଛି ‘ଇଣ୍ଡି’ ମେଣ୍ଟ। ରାଜଧାନୀ ଭୁବନେଶ୍ବର ସମେତ ଅନେକ ସ୍ଥାନରେ ଓଡ଼ିଶା ବନ୍ଦ୍ ର ପ୍ରଭାବ ଅନୁଭୂତ ହୋଇଛି। ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକ ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରୁଥିବ ଦେଖାଯାଇଥିଲା।
ସେହିପରି ରାଜଧାନୀ, ସମ୍ବଲପୁର ଏବଂ ରାଉରକେଲା ଆଦି ଅନେକ ସ୍ଥାନରେ ଟ୍ରେନ ସେବା ମଧ୍ୟ ଅଟକାଇଥିଲେ ବିକ୍ଷୋଭକାରୀ । କଟକର ନେତାଜୀ ବସ୍ ଟର୍ମିନାଲ୍ ଏବଂ ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଗଡୁନି ବସ୍ । ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। …
ତେବେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। MMDR ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତ୍ରୁଟି ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି।








