ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ ସୁପର-୧୦୦ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ସଚିନ ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଓସ୍‌ବା ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ସମାରୋହ ରେ କ୍ରୀଡା ନିର୍ଦେଶକ ଡ.ବିଜୟ ୟେଦୁଲା, କଟକ ଜିଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ବ୍ୟାଡ୍‌ମିଣ୍ଟନ ଏସିଆ ଫେଡେରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ୍‌, ଓସ୍‌ବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ।

ଓଡ଼ିଶା ମାଷ୍ଟର୍ସରେ ୬ଟି ଦେଶର ୧୪୭ ପୁରୁଷ, ୧୩୭ ମହିଳା ଖେଳାଳି ଭାଗ ନେଇଛନ୍ତି। ସେମାନେ ପୁରୁଷ ସିଙ୍ଗଲ୍‌ସ, ମହିଳା ସିଙ୍ଗଲ୍‌ସ, ପୁରୁଷ ଡବଲ୍‌ସ, ମହିଳା ଡବଲ୍‌ସ ଓ ମିକ୍ସଡ ଡବଲ୍‌ସ ଟାଇଟଲ ପାଇଁ ଲଢେଇ କରିବେ। ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ଟି ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଶ୍ରେଷ୍ଠ ୨୪ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଡ୍ରକୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳି ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ ଏବଂ ଏବଂ ଡବଲସରେ ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ, ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବକ୍ଷସ୍ତବ, ଡି. ଭେଲ ମୁରୁଗାନ ସାଥୀ ପ୍ରମୁଖ। ଏହି ପ୍ରତିଯୋଗିତାରେ ୧ ଲକ୍ଷ ୧୦ ହଜାର ଡଲାର ପୁରସ୍କାର ରାଶି ରହିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ