ଓଭରଥିଙ୍କିଙ୍ଗ୍’ : ଚିନ୍ତାକୁ କେମିତି ବାହାରକୁ ଫୋପାଡ଼ିବେ?

ମସ୍ତିଷ୍କରେ ଗୋଟିଏ କଥାକୁ ଦଳିଚକଟି ଏମିତି ରୂପ ଦିଆଯାଏ ଯେ ଯାହାର ବାସ୍ତବତା ନଥାଇ ମଧ୍ୟ ସବୁ ସତ ପରି ଲାଗେ। ମୁଣ୍ଡ ଉପରେ ବଡ଼ ବୋଝ ପଡ଼ିଲା ପରି ଲାଗେ। ଗୋଟିଏ କଥାକୁ ବାରମ୍ବାର ଭାବିଲେ ଥକ୍କାପଣ ଅନୁଭବ ହୁଏ। ମାନସିକ ରୋଗକୁ ହ୍ବିସିଲ୍ ମାରି ଡାକୁଥିବା ଏ ଅଯଥା ଚିନ୍ତା ଚାପର ପ୍ରଥମ ଷ୍ଟେଜ୍ କହିଲେ କିଛି ଭୁଲ୍ ହେବନି। ଆଜ୍ଞା ଚିନ୍ତା କାହା ଜୀବନରେ ନାହିଁ କହିଲେ , ତା’ବୋଲି କ’ଣ ଶାନ୍ତିରେ ନିଶ୍ବାସ ମାରିବା ଛାଡ଼ିଦେବା। ଗୋଟିଏ କଥାକୁ ଧରି ବୋଝର ପାହାଡ଼ ତିଆରି କରିଦେବା । ଏ କ’ଣ ନିଜ ପ୍ରତି ଆମେ ଅତ୍ୟାଚାର କରୁନେ କି? ଅବାନ୍ତର ଚିନ୍ତା କରି କରି ଆମେ ପ୍ରେସର୍ କୁକର ପାଲଟୁନେ କି? କ’ଣ ଆପଣ ବି ଓଭରଥିଙ୍କିଙ୍ଗ୍ ର ଚକ୍ରବ୍ୟୁହରେ ପଡ଼ି ପେଶି ହେଉଛନ୍ତି କି? ତେବେ ଏହି ଭିଡ଼ିଓଟି ଖାସ୍ ଆପଣଙ୍କ ପାଇଁ ।

ଓଭରଥିଙ୍କିଙ୍ଗ୍ ଯେତେବେଳେ ସୀମା ଟପିଯାଏ ତାହା ମାନସିକ ରୋଗର ଷ୍ଟେଜରେ ଆସିଯାଏ। କୌଣସି ବଡ଼ କାମ କରିବା ପୂର୍ବରୁ ଏହାର ପରିଣାମ ବିଷୟରେ ଚିନ୍ତା କରିବାରେ କିଛି ଭୁଲ୍ ନାହିଁ । ଏହା ମଣିଷର ପ୍ରାକୃତିକ ସ୍ବଭାବ କିନ୍ତୁ ହଜାରେ ଥର ଭାବି ମସ୍ତିଷ୍କକୁ ଅଯଥା ପ୍ରେସର୍ ଦେବା କ’ଣ ଠିକ୍? ଯଦି ଆପଣ ମଧ୍ୟ ବାରମ୍ବାର ଗୋଟିଏ ଚିନ୍ତାକୁ ମୁଣ୍ଡରେ ବୋହି ଚାଲୁଛନ୍ତି ତାହେଲେ ଅନ୍ୟ କିଛି କାମରେ ନିଜ ମନ ଲଗାନ୍ତୁ। କିଛି ଏମିତି ଆକ୍ଟିଭିଟି କରନ୍ତୁ ଯାହାଦ୍ବାରା ଆପଣଙ୍କ ମନକୁ ଶାନ୍ତି ଏବଂ ଖୁସି ମିଳିବ। ନୂଆ ନୂଆ ରୋଷେଇ ରେସିପି ଶିଖନ୍ତୁ , ଜିମ୍ କ୍ଲାସ୍ ଜଏନ୍ କରନ୍ତୁ , ଚିତ୍ର କରନ୍ତୁ , ଶ୍ରୁତିମଧୁର ସଂଗୀତ ଶୁଣନ୍ତୁ , ଗୀତ ଗାଇ ଖୁବ୍ ନାଚନ୍ତୁ । ଏହାଦ୍ବାରା ଆପଣଙ୍କ ମସ୍ତିଷ୍କ ରିଲାକ୍ସ ଅନୁଭବ କରିବ ଏବଂ ଆପଣ ଭ୍ରାନ୍ତ ଚିନ୍ତାକୁ ଭାବିବା ବନ୍ଦ କରିବେ। ଯେତେବେଳେ ବି ଲାଗିବ ଯେ ଓଭରଥିଙ୍କିଂର ଜାଲ ଆପଣଙ୍କ ଉପରେ ଧିରେ ଧିରେ ବିଛେଇ ପଡୁଛି ସଙ୍ଗେ ସଙ୍ଗେ ଆଖି ବନ୍ଦ କରି ଦୀର୍ଘନିଶ୍ବାସ ନିଅନ୍ତୁ। ଏହାକୁ ବ୍ୟାୟାମ ରୂପରେ ରୁଟିନରେ ସାମିଲ୍ କରି ଦିନକୁ ୩ ରୁ ୪ ଥର ଲେଖାଏଁ ୫ ମିନିଟ୍ ପାଇଁ କରନ୍ତୁ । ଆପଣଙ୍କୁ ରିଲାକ୍ସ ଏବଂ ଶାନ୍ତିର ଆଭାସ ମିଳିବ।

ଓଭରଥିଙ୍କିଙ୍ଗର ବେଷ୍ଟ୍ ମେଡିସିନ୍ ହେଉଛି ଧ୍ୟାନ ବା ମେଡିଟେସନ୍ । ଦୈନନ୍ଦିନ ଜୀବନରେ ଧ୍ୟାନକୁ ପ୍ରାଧାନ୍ୟ ଦେବା ଆରମ୍ଭ କରନ୍ତୁ । ଯାହାଦ୍ବାରା ଆପଣଙ୍କ ମନ ଭିତରର ଡ଼ର କମ୍ ହେବ। ମାନସିକସ୍ତରରେ ଆପଣଙ୍କୁ ଶାନ୍ତି ଲାଗିବ। ଆପଣଙ୍କ ଇଚ୍ଛା ମୁତାବକ ଏକ ଶାନ୍ତ ସ୍ଥାନକୁ ବାଛନ୍ତୁ ଏବଂ ପ୍ରତିଦିନ ଉକ୍ତ ସ୍ଥାନରେ ମାତ୍ର ୫ ମିନିଟ୍ ପାଇଁ ଧ୍ୟାନ କରିବା ଆରମ୍ଭ କରନ୍ତୁ କିଛି ଦିନ ଭିତରେ ଜୀବନରେ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।

ଆଜ୍ଞା ମଣିଷ ନିଜ ଭୁଲରୁ ହିଁ ଶିଖେ। ଯଦି ଜୀବନରେ କିଛି ଭୁଲ୍ ହୋଇଯାଇଛି ବାରମ୍ବାର ଉକ୍ତ କଥାକୁ ଭାବି ଲାଭ କ’ଣ? ନିଜ ପ୍ରତି ଅତ୍ୟାଚାର କରିବା ବନ୍ଦ କରନ୍ତୁ ଏବଂ ସ୍ବୟଂକୁ କ୍ଷମା କରି ଆଗକୁ ବଢିବାର ସାହସ ରଖନ୍ତୁ। ଅତୀତ ଆଉ ଫେରିବନି କିନ୍ତୁ ଭବିଷ୍ୟତକୁ ତ ନୂତନ ଦିଗ ଦେଇପାରିବେ । ମନ ଭିତରର ଡରକୁ ଦେଖି ଲୁଚିବା କିମ୍ବା ଦିଗ ବଦଳାଇବା ବଦଳରେ ବୀରଙ୍କ ଭଳି ସାମ୍ନା କରନ୍ତୁ । ଆଉ ମନେ ରଖନ୍ତୁ , ପ୍ରତିଟି ମଣିଷ ଜୀବନକାଳରେ ଅନେକ ଭୁଲ୍ କରନ୍ତି । ଭୁଲ୍ କରିବା ସାଧାରଣ କଥା ହୋଇପାରେ କିନ୍ତୁ ଭୁଲକୁ ବୁଝି ସୁଧାରିବା ଏବଂ ଆଗକୁ ବଢିବା କେବଳ ଅସାଧାରଣ ବ୍ୟକ୍ତିତ୍ବ ହିଁ କରିପାରନ୍ତି। ଓଭରଥିଙ୍କିଙ୍ଗ୍ ର ଶିକାର ହେଉଥିଲେ ପରିବାରଙ୍କ ସହ ବସି କଥାବାର୍ତ୍ତା ହୁଅନ୍ତୁ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ । ଯଥାସମ୍ଭବ ସମୟ ବାହାର କରି ଭ୍ରମଣ କରନ୍ତୁ । ଏହାପରେ ମଧ୍ୟ ଯଦି ଓଭରଥିଙ୍କିଙ୍ଗ୍ ରୁ ବାହାରି ପାରୁନାହାନ୍ତି ତାହେଲେ କାଉନସିଲରଙ୍କ ସାହାଯ୍ୟ ନିଅନ୍ତୁ । ସୁନ୍ଦର ଜୀବନଟି ବହୁତ ସରଳ ଆଜ୍ଞା ତାକୁ ଅନାବନା ଭାବନା ଭିତରେ କାହିଁକି ଜଟିଳ କରିବା?

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ