ଓରାଙ୍ଗଉଟାନଙ୍କ ପାଇଁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଚିଠି

ନନ୍ଦନକାନନରେ ରହିବେ କି ଓରାଙ୍ଗଉଟାନ ? ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ନନ୍ଦନକାନନରେ ଯତ୍ନର ସହ ଓରାଙ୍ଗଉଟାନଙ୍କୁ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ନନ୍ଦନକାନନରେ ସ୍ଥାୟୀ ଭାବେ ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଅନୁମତି ମଗାଯାଇଛି।ଓରାଙ୍ଗଉଟାନ ନନ୍ଦନକାନନରେ ରହିଲେ ଶୋଭା ବଢ଼ିବ ଏବଂ ପର୍ଯ୍ୟଟକ ବି ବଢ଼ିବେ। ଓରାଙ୍ଗଉଟାନଙ୍କୁ କିଏ ଆଣିଲା, କେଉଁଠୁ ଅଣାଗଲା ତଦନ୍ତ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ। ଏୟାରପୋର୍ଟ ଓ ରେଲୱେ ଷ୍ଟେସନର ସିସିଟିଭି ଚେକ୍ କରାଯାଉଛି। ଜଳପଥ ପାଇଁ କୋଷ୍ଟଗାର୍ଡ ସହ ବି ଆଲୋଚନା ଚାଲିଛି।ଦେଶର ବିଭିନ୍ନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି। ଯଦି କେହି ଚିଡ଼ିଆଖାନାରୁ ଚୋରି କରି ଆଣିଥିବେ ସେନେଇ ମଧ୍ୟ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ।ଅନ୍ତର୍ଜାତୀୟ ଲିଙ୍କ୍ ନେଇ ଚାଲିଛି ତଦନ୍ତ। ଏ ନେଇ ସୂଚନା ଦେଉଛନ୍ତି ଏସଟିଏଫ ଡିଆଇଜି। ପ୍ରେସମିଟ୍ କରି ଏହି ସୂଚନା ଦେଉଛନ୍ତି STF ଡିଆଇଜି କନୱର ବିଶାଲ ସିଂ। ଏସପିଙ୍କ ନେତୃତ୍ବରେ ଏକ ଟିମ୍ ବାଲେଶ୍ବରରେ ପହଞ୍ଚି ସାରିଛି ।

ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଚାଲିଛି, ଖୋଳତାଡ଼ ଚାଲିଛି। ସ୍ଥାନୀୟ ତଥ୍ୟ, ସାଇଣ୍ଟିଫିକ୍ ପ୍ରମାଣକୁ ଆଧାର କରି ତଦନ୍ତ ଚାଲିଛି। ଅନ୍ତର୍ଜାତୀୟ ଲିଙ୍କ୍ ନେଇ ଖୋଳତାଡ଼ ଚାଲିଛି ବୋଲି କହିଛନ୍ତି ଏସଟିଏଫ୍ ଡିଆଇଜି। ଓଡ଼ିଶାର ବାଲେଶ୍ବର ଅଂଚଳକୁ କେଉଁଠୁ ଆସିଲେ ଏ ଜୀବ ଏହାର ତଦନ୍ତ କରୁଛି ଏସଟିଏଫ୍। ତଦନ୍ତ ଆରମ୍ଭ ନେଇ STF ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।

ସନ୍ଦେହ ଘେରରେ କଳା ରଙ୍ଗର କାର। ଓରାଙ୍ଗଉଟାନ ଠାବ ହେବା ପୂର୍ବ ରାତିରେ ସେହି ଅଂଚଳରେ ଏକ କଳା ରଙ୍ଗର କାର ଯାଆସ କରିଥିଲା। ଗାଡ଼ିଟି ଯାଇ ୧୦ ମିନିଟ ପରେ ପୁଣି ଫେରି ଆସିଥିଲା। ସ୍ଥାନୀୟ ଲୋକେ ଏହି ଏକ କଳା ରଙ୍ଗର ଗାଡି ଦେଖିଥିବା କହିଛନ୍ତି। ଆଉ ସେହି ବୟାନକୁ ନେଇ ଖୋଳତାଡ ପରେ ସାମ୍ନାକୁ ଆସିଛି ଏକ ସିସିଟିଭି ଫୁଟେଜ। ଯେଉଁଥିରେ ଗାଡିଟି ଯାଇଛି ପୁଣି ପାଖାପାଖି ୧୨ ମିନିଟ ପରେ ପୁଣି ଫେରି ଆସିଛି। ଯାହା ଏବେ ଘଟଣା ଉପରେ ଅଧିକ ସନ୍ଦେହ ବଢ଼ାଉଛି। କିଏ ଆଣିଲା ଏବଂ କୋଉ ଉଦ୍ଦେଶ୍ୟ ରଖିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ