କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କଟକ : ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କମିଟିରେ ଅନ୍ୟାନ୍ୟ ସଦସ୍ୟଙ୍କ ସହ କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣେ ସଦସ୍ୟ ଭାବେ ରଖିବା ଲାଗି ଅଦାଲତ କହିଥିଲେ । କିନ୍ତୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନେ୍ଧ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କମିଟିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଦସ୍ୟ ଭାବେ ରଖିବା ପରିବର୍ତ୍ତେ ସଦର ତହସିଲ୍‌ଦାରଙ୍କୁ ସଦସ୍ୟ ଭାବେ ରଖିବା ଲାଗି ପ୍ରସ୍ତାବ ଦେଲେ । କେବଳ ସେତିକି ନୁହେଁ, ଟ୍ରାଫିକ୍‌ ସମସ୍ୟା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବା ପରିବର୍ତ୍ତେ ପୂର୍ବରୁ ଥିବା ଜିଲ୍ଲା ସଡ଼କ ସୁରକ୍ଷା କମିଟିକୁ ଏହି ଦାୟିତ୍ୱ ଦେବା ପାଇଁ ହାଇକୋର୍ଟଙ୍କୁ ନିଜ ଆଡୁ ପରାମର୍ଶ ମଧ୍ୟ ଦେଲେ । ଜିଲ୍ଲାପାଳଙ୍କ ଏଭଳି ଆଭିମୁଖ୍ୟକୁ ନେଇ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ର ଓ ବିଚାରପତି ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ଷୁବ୍ଧ ହେବା ସହ ପ୍ରଶାସନିକ ଅଧିକାରୀ ଭାବେ ଜିଲ୍ଲାପାଳ ନିଜ ଲକ୍ଷ୍ମଣ ରେଖା ଉଲ୍ଲଂଘନ କରିଛନ୍ତି ବୋଲି କହି ଭର୍ତ୍ସନା କରିଛନ୍ତି । କଟକ ସହର ସମସ୍ୟା ସଂକ୍ରାନ୍ତ ମାମାଲର ଶୁଣାଣି ଅବସରରେ ହାଇକୋର୍ଟ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ।
ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନେ୍ଧ ଗୁରୁବାର ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ଆଭିମୁଖ୍ୟ ଓ ଅଦାଲତଙ୍କୁ ପରାମର୍ଶ ଦେବା ମାନସିକତାକୁ ହାଇକୋର୍ଟ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଜିଲ୍ଲାପାଳ ହାଇକୋର୍ଟଙ୍କ ଉପରେ ଅପିଲେଟ୍‌ ଅଥରିଟି କି? ଜିଲ୍ଲାପାଳ କେଉଁ ଆଧାରରେ ଅଦାଲତଙ୍କୁ ପରାମର୍ଶ ଦେବାକୁ ସାହସ କଲେ? କଟକ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକଳାପ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତଙ୍କୁ ବାଧ୍ୟ କରୁଛି । ତଥାପି ଅଦାଲତ ନିଜକୁ ଏଥିରୁ ନିବୃତ୍ତ କରି ଜିଲ୍ଲାପାଳଙ୍କୁ କ୍ଷମା କରି ଦେଇଛନ୍ତି ବୋଲି ହାଇକୋର୍ଟ ମତ ଦେବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟର ଯେପରି ପୁନରାବୃତ୍ତି ନଘଟେ ସେଥିପାଇଁ ତାଗିଦ୍‌ କରିଛନ୍ତି ।
ଅଦାଲତ କହିଛନ୍ତି ଯେ, ଆମେ ଯେତିକି କହିବା କଥା କହିଦେଲୁଣି, ଆଉ ଅଧିକ କିଛି କହିବାକୁ ଚାହୁଁନୁ । ଯେତିକି କହିଛୁ ସେତିକିରୁ ବୁଝିଯିବା ଦରକାର । ଏହି ଅବସରରେ ଜିଲ୍ଲାପାଳଙ୍କ ପରାମର୍ଶ ସଂକ୍ରାନ୍ତ ସତ୍ୟପାଠକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଅନ୍ୟପକ୍ଷରେ କଟକ ଅତିରିକ୍ତ ଜିଲ୍ଲାପାଳ ତଥା ନୋଡାଲ ଅଫିସର କମଲଜିତ୍‌ ଦାସଙ୍କୁ କମିଟିରେ ସଦସ୍ୟ ଭାବେ ତୁରନ୍ତ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଆଦେଶ ସଂକ୍ରାନ୍ତରେ ମୁଖ୍ୟ ଶାସନସଚିବଙ୍କୁ ଅବଗତ କରିବାକୁ କହିଛନ୍ତି । ଆଜି ମାମଲାର ଶୁଣାଣି ଅବସରରେ ହଜାରେ ବର୍ଷର କଟକ ସହରର ଟ୍ରାଫିକ୍‌ ସମସ୍ୟାକୁ ନେଇ ହାଇକୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ଅଦାଲତ ୨୦୧୧ ମସିହାରେ ଗଠନ ହୋଇଥିବା ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ କମିଟି ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ଅବଗତ । ଏହାସତ୍ତେ୍ୱ ହାଇକୋର୍ଟ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ଲାଗି ନିଷ୍ପତ୍ତି ନେଇଥିଲେ । ଏହି କମିଟିରେ କଟକ ଅତିରିକ୍ତ ଜିଲ୍ଲାପାଳ, କେଏମ୍‌ସିର ଜଣେ ଡେପୁଟି କମିସନର ଏବଂ କେଡିଏର ସମାନ ର‌୍ୟାଙ୍କ୍‌ର ଜଣେ ଅଧିକାରୀଙ୍କୁ ମନୋନୀତ କରିବା ପାଇଁ ହାଇକୋର୍ଟ କହିଥିଲେ । ଜିଲ୍ଲାପାଳଙ୍କ ଦ୍ୱାରା ସଡ଼କ ସୁରକ୍ଷା କମିଟିକୁ ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । କ’ଣ ପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଯେତେବେଳେ ଏହି କମିଟି ଏତେସବୁ ସମସ୍ୟାର ସମାଧାନ କରିପାରୁ ନାହିଁ ତାହେଲେ ହାଇକୋର୍ଟ ଯେଉଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ତାହାର କିପରି ସମାଧାନ ଏହି କମିଟି ଜରିଆରେ ହୋଇପାରିବ କି ବୋଲି ଅଦାଲତ ପାଲଟା ପ୍ରଶ୍ନ କରିଛନ୍ତି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ