କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ କରାଯିବାର ଥିଲା । ହେଲେ ବର୍ଷ ବର୍ଷ ବିତି ଗଲେ ମଧ୍ୟ ହୋଇପାରିନାହିଁ । କଟକ ସାଂସଦ ଭର୍ତ୍ତୃହରି ମହାତବ କହିଛନ୍ତି ଗୁଗଲ ମ୍ୟାପ ଜରିଆରେ ଦେଖି ଯୋଜନା ପ୍ରସ୍ତୁତ ହୁଏ ନାହିଁ । ଲୋକଙ୍କ ସହ ଆଲୋଚନା କରାଯିବା କଥା । ନକ୍ସା ଭୁଲ ହେଲେ ଯୋଜନା ଭୁଲ ହେଲେ କାମ ଭୁଲ ହେବ । ପୂର୍ବ ସରକାରଙ୍କୁ କହିଥିଲି । ସରକାର ଜିଦରେ ଅଟଳ ରହିଲେ । ଯେଉଁ ସମସ୍ୟା ଅଛି ତାହାର ସମାଧାନ ହୋଇନି ।
ରେଲୱେର ଅନୁମତି ନିଆଯାଇ ନାହିଁ । ପୂର୍ତ୍ତ ବିଭାଗ ଇରିଗେସନ ଓ ରେଲୱେ ସହିତ କଥା ହୋଇ ନାହାନ୍ତି । ସବୁ ବିଭାଗର ସମନ୍ଵୟରେ ଯୋଜନା ପ୍ରସ୍ତୁତ ହେବା କଥା । ଏବେ ନେତାଜୀ ବସ ଟର୍ମିନାଲର ସୁବିଧା ଅସୁବିଧା ଜୁ ଆଖିରେ ରଖି ଏହାକୁ ଅନ୍ୟତ୍ର ସ୍ଥାନାନ୍ତରର ଆବଶ୍ୟକତା ରହିଛି । ନେତାଜୀ ଟର୍ମିନାଲରୁ ବାହାରି NH ରେ ବାହାରିବା ପାଇଁ ସ୍ଥାନ ନାହିଁ । ସବୁଠାରୁ ଭଲ ସ୍ଥାନ OMP ଥିଲା । ଯାହା ରେଳ ଷ୍ଟେସନ ପାଖ । ଯେଉଁଠାରେ ହେଉଛି ସେଇଟା ଠିକ ସ୍ଥାନ ନୁହେଁ । ଆଗକୁ ଲୋକଙ୍କ ସଂଖ୍ୟା ବଢ଼ିବ । ସରକାରଙ୍କୁ ନିବେଦନ ରହିବ ବସ ଷ୍ଟାଣ୍ଡ ଅନ୍ୟତ୍ର ହେବା ଦରକାର ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

    ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଛି।ପଞ୍ଚାୟତ କାର୍ୟ୍ୟାଳୟରୁ ଜଗନ୍ନାଥ ମନ୍ଦିର, ଆଶ୍ରମ ବିଦ୍ୟାଳୟ, ବସ୍‌ଷ୍ଟାଣ୍ଡ ଗୃହ ପରିଦର୍ଶନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ