କନ୍ଧମାଳ ମେଡିକାଲ କଲେଜକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ସ୍ୱାଗତ କଲେ ଅମୃତ ପରିବାର ପ୍ରତିଷ୍ଠାତା ସତକୃପା ସୁଦୟା ଅବା

ରାଇକିଆ: କନ୍ଧମାଳ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅମୃତ ପରିବାରର ପ୍ରତିଷ୍ଠାତା, ବନବାସୀ ସନ୍ଥ ସତକୃପା ସୁଦୟା ଅବା ହୃଦୟର ସହ ସ୍ୱାଗତ କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଐତିହାସିକ ନିଷ୍ପତ୍ତି ଜନଜାତି ସମାଜର ସେବା, ଶିକ୍ଷା ଓ ସାମାଜିକ ଜାଗରଣ ପ୍ରତି ରାଜ୍ୟ ସରକାରଙ୍କ ସମ୍ମାନର ପ୍ରତିଫଳନ ବୋଲି ସେ କହିଛନ୍ତି।କନ୍ଧମାଳବାସୀଙ୍କ ଦୀର୍ଘଦିନର ଆଶାକୁ ପୂରଣ କରିଛି ବୋଲି ଅମୃତ ପରିବାରର ପ୍ରତିଷ୍ଠାତା ତଥା ସ୍ୱାମୀଜୀଙ୍କ ସହଯୋଗୀ ସନ୍ଥ ସୁଦୟା ଆବା କହିଛନ୍ତି।
କତିଙ୍ଗିଆସ୍ଥିତ ଅମୃତ ନିଳୟମ କମଳ ବନ ଆଶ୍ରମରେ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୀର୍ଘ ଚାରି ଦଶନ୍ଧି ଧରି କନ୍ଧମାଳର ଶିକ୍ଷା, ସାମାଜିକ ଉନ୍ନତି ଓ ବନବାସୀଙ୍କ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ।
ସନ୍ଥ ସୁଦୟା ଆବା କହିଥିଲେ, କନ୍ଧମାଳର ବିକାଶ ପାଇଁ ସ୍ୱାମୀଜୀଙ୍କ ଅବଦାନକୁ ଅସ୍ୱୀକାର କରିବାର କୌଣସି ସୁଯୋଗ ନାହିଁ। ଆଜି ଯେଉଁମାନେ ତାଙ୍କ ଅବଦାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ ଇତିହାସକୁ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।ସତକୃପା ସୁଦୟା ଅବା କହିଛନ୍ତି ଯେ, ସେ ୧୯୭୦ ମସିହାରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ରହି ଜନଜାତି ଅଞ୍ଚଳରେ ଶିକ୍ଷାର ପ୍ରସାର, ସଂସ୍କୃତିର ସୁରକ୍ଷା, ସମାଜ ସେବା ଓ ଜନଜାଗରଣ କାର୍ଯ୍ୟରେ ସାମିଲ ହୋଇଆସୁଛନ୍ତି। ସ୍ୱାମୀଜୀଙ୍କ ଆଦର୍ଶ ଓ ଦର୍ଶନ ଅନୁସରଣ କରି ଅମୃତ ପରିବାର ଆଜି ମଧ୍ୟ ସମାଜର ଅବହେଳିତ ଓ ପଛୁଆ ବର୍ଗର ସେବାରେ ନିରନ୍ତର କାର୍ଯ୍ୟ କରୁଛି।ସେ କହିଛନ୍ତି ଯେ, ବୌଦ୍ଧ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଅମୃତ ପରିବାରର ଲକ୍ଷାଧିକ ଭକ୍ତ, ସ୍ୱେଚ୍ଛାସେବକ ଓ ଅନୁଗାମୀ ରହିଛନ୍ତି। ଏହା ବ୍ୟତୀତ ସମଗ୍ର ଓଡ଼ିଶାରେ ଅମୃତ ପରିବାର ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା, ସମାଜ ସେବା, ସାଂସ୍କୃତିକ ସଂରକ୍ଷଣ, ନୈତିକ ଶିକ୍ଷା ଓ ଜନଜାଗରଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରହିଛି। ସ୍ୱାମୀଜୀଙ୍କ ଆଦର୍ଶକୁ ଘରେ ଘରେ ପହଞ୍ଚାଇବା ଏବଂ ଯୁବପିଢ଼ିଙ୍କୁ ସଂସ୍କାରବାନ କରିବା ଦିଗରେ ସଂଗଠନ ନିରନ୍ତର ପ୍ରୟାସ ଜାରି ରଖିଛି।
ସତକୃପା ସୁଦୟା ଅବା କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜନଜାତି ସମାଜର ଶିକ୍ଷା, ସେବା, ସଂସ୍କୃତି ଓ ସାମାଜିକ ଜାଗରଣ କ୍ଷେତ୍ରରେ ଯେଉଁ ଅତୁଳନୀୟ ଅବଦାନ ରଖିଛନ୍ତି, ଏହି ନାମକରଣ ତାହାର ଏକ ଯଥାର୍ଥ ସମ୍ମାନ। ଏହି ନିଷ୍ପତ୍ତି କେବଳ କନ୍ଧମାଳ ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଭବିଷ୍ୟତ ପିଢ଼ି ସ୍ୱାମୀଜୀଙ୍କ ଆଦର୍ଶ, ତ୍ୟାଗ ଓ ସମାଜସେବାରୁ ପ୍ରେରଣା ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ସେ ଆହୁରି କହିଛନ୍ତି ଯେ, ଜନଜାତି ସମାଜର ଶିକ୍ଷାଗତ, ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ସ୍ୱାମୀଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅମୃତ ପରିବାର ପୂର୍ବଭଳି ନିଜର ସେବା କାର୍ଯ୍ୟକ୍ରମ ଜାରି ରଖିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ସମାଜରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ସହ ଜନଜାତି ସମାଜର ମନୋବଳକୁ ଅଧିକ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।କନ୍ଧମାଳବାସୀଙ୍କ ଦୀର୍ଘଦିନର ଆଶାକୁ ପୂରଣ କରିଛି ବୋଲି ଅମୃତ ପରିବାରର ପ୍ରତିଷ୍ଠାତା ତଥା ସ୍ୱାମୀଜୀଙ୍କ ସହଯୋଗୀ ସନ୍ଥ ସୁଦୟା ଆବା କହିଛନ୍ତି।କନ୍ଧମାଳର ବିକାଶ ପାଇଁ ସ୍ୱାମୀଜୀଙ୍କ ଅବଦାନକୁ ଅସ୍ୱୀକାର କରିବାର କୌଣସି ସୁଯୋଗ ନାହିଁ। ଆଜି ଯେଉଁମାନେ ତାଙ୍କ ଅବଦାନକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ ଇତିହାସକୁ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ସହ ପ୍ରକୃତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ଉଚିତ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ମର୍ଦ୍ଦରାଜ ମଲ୍ଲିକ, ଖଗେଶ୍ୱର ପ୍ରଧାନ, କୃତିବାସ ପ୍ରଧାନ, ସନାତନ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, କୃପାକର ଦିଗାଲ, ସୁରେଶ ପ୍ରଧାନ, ମହାଦେବ ପ୍ରଧାନ ଓ ପୀତବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସତକୃପା ସୁଦୟା ଅବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଐତିହାସିକ ନିଷ୍ପତ୍ତି ପାଇଁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମ ଆଗାମୀ ପିଢ଼ିକୁ ସମାଜସେବା, ରାଷ୍ଟ୍ରଭକ୍ତି ଓ ମାନବ ସେବାର ଆଦର୍ଶରେ ଅନୁପ୍ରାଣିତ କରିବ।

  • Related Posts

    ଅଗ୍ନି-୪ର ସଫଳ ପରୀକ୍ଷା

    ବାଲେଶ୍ବର/ଧାମରା : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରା ନିକଟ ଅବଦୁଲ କଲାମ ଦ୍ବୀପର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର…

    Continue reading
    ଲଘୁଚାପ କ୍ଷେତ୍ର: ପୁଣି ଆଣିବ ବଡ଼ ବର୍ଷା

    ଭୁବନେଶ୍ୱର : ଆସନ୍ତା ୮ କିମ୍ବା ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ରାଜ୍ୟରେ ବଡ଼ ବର୍ଷା ଆଣିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ