କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା; OHRCଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧିମଣ୍ଡଳୀ । ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉନାହିଁ ଓ ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫଆଇଆର କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ସେହିପରି ସୁଶାନ୍ତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛି ବିଜେଡି ।
କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁବରଣ ହୋଇଛି । ଘଟଣାରେ ଆଜି (ବୁଧବାର) ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି । ବିନା ଅଭିଯୋଗରେ ସୁଶାନ୍ତଙ୍କୁ ଥାନାକୁ ଆଣି ଏକ ସପ୍ତାହ ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ଦେବା ଫଳରେ ସୁଶାନ୍ତ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ମେଡିକାଲ ନେବା ପରିବର୍ତ୍ତେ ସୁଶାନ୍ତଙ୍କୁ ପରିବାର ନିକଟରେ ଛାଡିଦେଇଥିଲା ପୋଲିସ । ସୁଶାନ୍ତଙ୍କୁ ପରିବାର ଦ୍ୱାରା ଏମକେସିଜି ମେଡିକାଲ ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫଆଇଆର ପୋଲିସ ରୁଜୁ କରୁନାହିଁ କାହିଁକି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ପୋଲିସ ଅଧିକାରୀଙ୍କ ନିର୍ଯାତନା ଫଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ବିରୋଧରେ କାହିଁକି ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।
ସୁଶାନ୍ତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ତାଙ୍କର ବିଧବା ପତ୍ନୀ, ଦୁଇଟି ଛୋଟ ଛୁଆ ଓ ପରିବାର ବେସାହାରା ହୋଇପଡିଛନ୍ତି । ସେମାନଙ୍କୁ ଦୀର୍ଘମିଆଦୀ ସରକାରୀ ସହାୟତା ଦେବା ସହ ପରିବାରକୁ ସୁରକ୍ଷା ଦେବା ପାଇଁ ବିଜେଡି ମାନଧିକାର କମିଶନଙ୍କ ନିକଟରେ ଦାବି କରିଛି । ପୂର୍ବତନ ବିଧାୟକ ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, “କବିସୂର୍ଯ୍ୟନଗର ଥାନାରେ ଆଇଆଇସି ଦାୟିତ୍ୱରେ ଥିବା ଅଫିସର ସୁଶାନ୍ତଙ୍କ ନାମରେ ୱାରେଣ୍ଟ ନଥିବା ସ୍ୱତ୍ତ୍ୱେ ସାତ ଦିନ ଧରି ବାଡ଼େଇଲେ । ସୁଶାନ୍ତଙ୍କୁ ମେଡିକାଲ ନ ନେଇ ଘର ଲୋକଙ୍କୁ ଡାକି ମେଡିକାଲ ପଠେଇଲେ । ସୁଶାନ୍ତଙ୍କ ଘର ଲୋକ ବହୁତ ଗରିବ । ସେଠାକାର ପୋଲିସ ମଧ୍ୟ କେମିତି ନୀରବ ରହିଲେ ତାହା ଗୋଟେ ବଡ଼ ପ୍ରଶ୍ନବାଚୀ ? ସରକାର ସେ ପରିବାରକୁ କ୍ଷତିପୂରଣ ଦିଅନ୍ତୁ । ଉପଯୁକ୍ତ ଦଣ୍ଡ ଦେବା ସହ ଆଗକୁ ଏଭଳି କିପରି ନହେଉ ସେ ନେଇ ମଧ୍ୟ ଧ୍ୟାନ ଦେବା ଉଚିତ ।”ଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ଗଞ୍ଜାମର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ପାଖକୁ ଆସିଥିଲେ । କବିସୂର୍ଯ୍ୟନଗରରେ ଯାହା ଥାନାରେ ଘଟିଲା, ସେ ନେଇ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ବିଜେଡି ସବୁ ଜିନିଷ ଜଣାଇଛି । ଏହାସହ ଯେଉଁ ଲୋକର ମୃତ୍ୟୁ ହେଲା ତାଙ୍କର ନାମ ଏଫଆଇଆରରେ ନଥିଲା ତେବେ କେଉଁ ଅଧିକାରରେ ତାଙ୍କୁ ପୋଲିସ ଆଣିଲା ଓ ବାରମ୍ୱାର ମାରିଥିଲେ । ସୁଶାନ୍ତ ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ରୋଜଗାର କରୁଥିଲେ, ତାଙ୍କର ମୃତ୍ୟୁ ପରେ ତାଙ୍କର ପତ୍ନୀ ଓ ଦୁଇ ଛୁଆ କିଭଳି ଚଳିବେ ଓ କ’ଣ ବ୍ୟବସ୍ଥା ହେବ ସେ ନେଇ ସରକାର ଆଲୋଚନା କରନ୍ତୁ । ଏହାସହ ଯେଉଁ ପୋଲିସ୍ ଅଧିକାରୀମାନେ ଏଭଳି ମାରପିଟ କରି ଏ କାଣ୍ଡ ଘଟାଇଲେ ସେମାନଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ କରାଯାଉ ନାହିଁ, ସେ ନେଇ ଆଜି ଓଡ଼ିଶା ମାନବଧିକାର କମିଶନଙ୍କୁ ବିଜେଡି ଏହା ଜଣାଇଛି । ଏହାସହ ମାନବାଧିକାର କମିଶନ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି, ତାଙ୍କ ପରିସର ଭିତରେ ଯାହା ସମ୍ଭବ ସେ ନେଇ କାର୍ଯ୍ୟନୁଷ୍ଠାନ ନିଆଯିବ,” ବୋଲି ସେ କହିଛନ୍ତି ।ବିଜେଡିର ପ୍ରତିନିଧିମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ, ଗଂଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ବିପ୍ଲବ ପାତ୍ର, ସୁବାସ ମହାରଣା, ରଂଜିତା ସାହୁ, ନଚିକେତା ସ୍ୱାଇଁ, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା ପ୍ରମୁଖ ରହିଥିଲେ ।

  • Related Posts

    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading
    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଅଗ୍ରଗତି ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଅନୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ