
ଦେବଗଡ଼:ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୃଜନ ସାରସ୍ବତ,ତିଲେଇବଣି ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧକାରୀ ରୋମିଓ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନନିର୍ଯ୍ୟାତନା ପ୍ରତିରୋଧର ବିଭିନ୍ନ ଆଇନ ସଂପର୍କରେ ସୂଚନା ଦେଇଥିଲେ। ଏଥିରେ ଡେପୁଟି କଲେକ୍ଟର ଏଜଲିନ୍ ବାରା,ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି,ଅତିରିକ୍ତ ଶ୍ରମ ଅଧିକାରୀ ଦିପ୍ତିମୟୀ ରାଉତ୍,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ସିଏସଡିଆର ସଂପାଦକ ରୀତାରାଣୀ ରାଉତଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ ଓ ସ୍କୁଲର ପ୍ରଧା ଶିକ୍ଷକ ଉପସ୍ଥିତ ଥିଲେ।




