କଲରାପତରିଆ ଚମଡ଼ା ଚାଲାଣ, ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜରଡ଼ାରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ। ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’। ବାଘ ଚମଡ଼ା କାରବାର ପଛରେ ରହିଛି ବଡ଼ ରାକେଟ୍। କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲକୁ ତଦନ୍ତ ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି ବ୍ରହ୍ମପୁର ଏସପି। ଏନେଇ ସିଆଇଡି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଜଣାଛନ୍ତି।

ଜୁନ ୬ରେ ତୁମ୍ବା ଫାଣ୍ଡି ବୁରାତାଲ ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ଜଙ୍ଗଲରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବସ୍ତା ଜବତ କରିଥିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ଜବତ କରାଯାଇଥିଲା।

କଲରାପତରିଆ ବାଘ ଭଳି ସଂରକ୍ଷିତ ବନ୍ୟଜନ୍ତୁର ଅବୈଧ ବ୍ୟବସାୟ, ବିସ୍ଫୋରକ ଓ ଅସ୍ତ୍ରର ବ୍ୟବହାର ଏବଂ ସମ୍ଭାବ୍ୟ ଆନ୍ତଃଜିଲ୍ଲା ଚୋରାଚାଲାଣ ନେଟୱାର୍କର ଲିଙ୍କ୍ କୁ ଦୃଷ୍ଟିରେ ରଖି ମାମଲାକୁ କ୍ରାଇମବ୍ରାଞ୍ଚର ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି।

  • Related Posts

    SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

    ବୌଦ୍ଧ: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ…

    Continue reading
    ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୩୨ ମୂଲ୍ୟବାନ ପ୍ଲଟ, ୨ ଫାର୍ମ ହାଉସ ଠାବ

    ଜୟପୁର : କୋରାପୁଟ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ୍, ବିଡା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା ଏବଂ ଗଣ୍ଡା ଗଣ୍ଡା ହାତୀ ମୂର୍ତ୍ତି। ଘରେ ରେଡ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ