କାଲିଠୁ ସଂସଦର ମୌସୁମୀ ଅଧିବେଶନ

କାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଏଥିରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିବେ ସରକାର। ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିପାରନ୍ତି।

ସେଗୁଡ଼ିକ ହେଲା ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ ୨୦୨୬ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ସଂଶୋଧନ ଆଗତ ହୋଇପାରେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

NEET-UG ପେପର ଲିକ୍, ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ଅଯୋଧ୍ୟା ରାମ ମନ୍ଦିର ଦାନ ବିବାଦ, E20 ଇନ୍ଧନ ଏବଂ ବୈଦେଶିକ ନୀତି ଭଳି ମୁଦ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ମେଣ୍ଟ। ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।

  • Related Posts

    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading
    ଯୌନ ଉତ୍ପୀଡ଼ନ ମାମଲା: ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

    ମୁମ୍ୱାଇ: ଚର୍ଚ୍ଚିତ ତରୁଣ ତେଜପାଲ ମାମଲାରେ ବମ୍ବେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ୨୦୨୧ ମସିହାରେ ନିମ୍ନ ଅଦାଲତ ତାଙ୍କୁ ଯେଉଁ ଦୋଷମୁକ୍ତ କରିଥିଲେ, ସେହି ରାୟକୁ ହାଇକୋର୍ଟ ପୂରାପୂରି ଓଲଟାଇ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ