କାହିଁକ ମନମୋହନଙ୍କୁ ବାଛିଲେ ମୋଦି

ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ ନିର୍ବାଚନରେ ମନମୋହନ ଜିତିଥିଲେ ମୁଖ୍ୟମନ୍ତ୍ରୀ ହେବାର ବି ସମ୍ଭାବନା ଥିଲା । ହେଲେ ଦଳ ତାଙ୍କୁ ପୁରସ୍କାର ଭାବେ ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରାଇଛି ।
ବିଜେପିରେ ବିଶ୍ୱଭୂଷଣ ହରିଚନ୍ଦନ ଓ ଜୁଏଲ ଓରାମ୍‌ଙ୍କ ପରେ ମନମୋହନ ହିଁ ଦୀର୍ଘ ସମୟ ପାଇଁ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କ ନେତୃତ୍ୱରେ, ଦଳର ବୁଥ୍‌-ସ୍ତରୀୟ ନେଟୱାର୍କ ଏବଂ ତୃଣମୂଳ ନେଟୱାର୍କକୁ ସୁଦୃଢ଼ କରାଯାଇଛି । ଦଳ ଓଡ଼ିଶାରେ ଏହାର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ପୁଣଶି ଦାୟିତ୍ୱ ଦେବା କେନ୍ଦ୍ର ନେତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିଲା ।
ପ୍ରଥମେ ଆସିବା କାହିଁକି ମୋଦିଙ୍କର ପ୍ରଥମ ଚଏସ୍‌ ଥିଲେ ମନମୋହନ ? ନିର୍ବାଚନୀ ରାଜନୀତିରେ ବ୍ୟକ୍ତିଗତ ଭାବେ ମନମୋହନ ଉଲ୍ଳେଖନୀୟ ସଫଳତା ପାଇନଥିଲେବି ତାଙ୍କ ନେତୃତ୍ୱରେ ବିଜେପି ତିନି ଥର କ୍ଷମତାର ସ୍ୱାଦ ଚାଖିଛି । ୧୯୯୯ରେ ମନମୋହନ ବିଜେପିର ପଞ୍ଚମ ସଭାପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ବିଜେଡ଼ି ଓ ବିଜେପି ମେଣ୍ଟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବାବେଳେ ସେ ଥିଲେ ଦଳର ସଭାପତି । ୨୦୦୦ ମସିହା ନିର୍ବାଚନରେ ମେଣ୍ଟ ସରକାରରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାର ସ୍ୱାଦ ଚାଖିଥିଲା । ଅବଶ୍ୟ ପୂର୍ବରୁ ଜନତା ଦଳ ସହ ମିଶି ଜନସଂଘ ନେତାମାନେ ୧୯୭୭ରେ ପ୍ରଥମ ଥର ପାଇଁ କ୍ଷମତାର ସ୍ୱାଦ ପାଇଥିଲେ । ୨୦୦୪ରେ ପୁଣି ବିଜେଡ଼ି ଓ ବିଜେପି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ମନମୋହନ ମଧ୍ୟ ସଭାପତି ଥିଲେ । ଅତଏବ ଦୁଇ ଦୁଇ ଥର ତାଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିଛି । ୨୦୨୩ ମାର୍ଚ୍ଚରେ ଅପ୍ରତ୍ୟାଶିତ ଭାବେ ସମୀର ମହାନ୍ତିଙ୍କୁ ହଟାଇ କେନ୍ଦ୍ରୀୟ ନେତୃତ୍ୱ ମନମୋହନଙ୍କ ହାତରେ କ୍ଷମତା ଅର୍ପଣ କରିଥିଲେ । ବିଶେଷକରି ଧାମନଗର ଉପନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପାଇଁ ମନମୋହନଙ୍କୁ ପୁରସ୍କାର ମିଳିଥିଲା । ସେହି ସମୟରେ ସାରା ରାଜ୍ୟରେ ନବୀନଙ୍କ କ୍ରେଜ୍‌ ଆକାଶଛୁଆଁ ଥିଲେବି ମନମୋହନ ସେହି ଆହ୍ୱାନକୁ ସ୍ୱୀକାର କରି ବିଜେପିର ସଂଗଠନକୁ ଚଳଚଞ୍ଚଳ କରିଥିଲେ । ଖାଲି ସେତିକିନୁହେଁ, ୨୦୨୪ ନିର୍ବାଚନ ବେଳେ ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ମେଣ୍ଟ ନକରିବା ଜିଦ୍‌ରେ ଅଟଳ ଥିଲେ ମନମୋହନ । ଏକାକୀ ବିଜେପି ଲଢ଼ିଲେ ସଫଳତା ପାଇବ ବୋଲି ସେ ଦର୍ଶାଇଥିଲେ । ଶେଷରେ ବିଜେପି ଏକାକୀ ଲଢ଼ି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାର ଐତିହାସକ ଗୌରବ ହାସଲ କରିପାରିଛି । ରାଜନୀତିକ ସମୀକ୍ଷକମାନେ ଏହାର ଶ୍ରେୟ ମନମୋହନଙ୍କୁ ହିଁ ଦେଇଥିଲେ । ତେଣୁ ତାଙ୍କୁ ପୁଣିଥରେ ସଭାପତି କରି ଦଳ ପୁରସ୍କାର ଦେଇଛି ବୋଲି ଚର୍ଚ୍ଚା ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କ ନେତୃତ୍ୱକୁ ନେଇ ଖୁସି ଅଛନ୍ତି । ଓବିସି ଚେହେରା ଭାବେ ମଧ୍ୟ ମନମୋହନ ବେଶ୍‌ ପରିଚିତ । ଏବେ ବିଜେଡ଼ି ଓ କଂଗ୍ରେସ ଓବିସି ରାଜନୀତି କରୁଥିବାରୁ ମନମୋହନ ଭଲ କାଉଣ୍ଟର କରିପାରିବେ । ଖାଲି ସେତିକିନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାଙ୍କର ଭଲ ସମ୍ପର୍କ ବି ମନମୋହନଙ୍କ ସ୍ଥିତିକୁ ମଜବୁତ୍‌ କରିପାରିଛି ।

  • Related Posts

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତାଦେଶ

    ନୂଆଦିଲ୍ଲୀ: ଭାରତୀୟ ସେନାର ମାନହାନି କଲା ଭଳି ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ଚାଲିଥିବା ମାମଲା ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଦେଇଛନ୍ତି, କିନ୍ତୁ ଏଭଳି ଟିପ୍ପଣୀ ଦେଇଥିବାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରିଛନ୍ତି ।…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ