୯୨୮୭ରେ ପହଞ୍ଚିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୦୩।୦୨: ଗଞ୍ଜାମ ଜିଲ୍ଲାରେ କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ୪୯୮ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢି ୯୨୮୭ରେ ପହଞ୍ଚିଥିବା ସୂଚନା ଦିଆଯାଇଛି। ଏନେଇ ପିସିସିଏଫ୍ ଏକ୍ସରେ ସୂଚନା ଦେଇଛନ୍ତି । ଗଞ୍ଜାମ ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ କୃଷ୍ଣସାର ମୃଗ ଗଣନା କରାଯାଇଥିଲା । ପ୍ରଶିକ୍ଷିତ ଟିମ୍, ଡ୍ରୋନ ଓ ଏଆଇ କ୍ୟାମେରା ସହାୟତାରେ କରାଯାଇଥିବା ଗଣନାରୁ ସ୍ପଷ୍ଟ ହୋଇଚି। ବ୍ରହ୍ମପୁରରେ ୨,୮୫୬, ଘୁମୁସର ଉତ୍ତରରେ ୪୫୯ ଏବଂ ଘୁମୁସର ଦକ୍ଷିଣରେ ୫, ୯୭୨ଟି ମୃଗ ସ୍ପଷ୍ଟ ଚିହ୍ନଟ ହୋଇଛନ୍ତି । ୨୦୨୦ରେ ମାତ୍ର ୬,୮୭୫ଟି କୃଷ୍ଣ ସାର ମୃଗ ଥିବାବେଳେ ୨୦୨୬ରେ ତାହା ୯,୨୮୭କୁ ବୃଦ୍ଧି ପାଇଛି । ୨୦୨୫ରେ ୮, ୭୮୯ଟି ମୃଗ ଚିହ୍ନଟ ହୋଇଥିଲେ । ଅନୁକୁଳ ବାତ୍ତାବରଣ ରହିଲେ ଆଗକୁ ଏହି ସଂଖ୍ୟାରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି ବନ ବିଭାଗ ଆଶା ରଖିଛି । ୨୦୧୧ ଏହି ଅଞ୍ଚଳର କୃଷ୍ଣ ସାର ମୃଗ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବ ଦୁଇ ବର୍ଷକୁ ଥରେ ଗଣନା କରାଯାଉଥିବା ବେଳେ ବିଗତ ବର୍ଷ ଠାରୁ ବର୍ଷକୁ ବର୍ଷକ ଏହାର ଗଣନା କରାଯାଉଛି । ପ୍ରତି ବର୍ଷ ଏହି ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢୁଛି। କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଥିଲା । ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସାମିଲ ହୋଇଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ