କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”

ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍‌ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।

ଆଗକୁ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ବିବାଦ ଓ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଜି ଆମ୍ବେଦକର ଛାତ୍ର ବୃତ୍ତି ଲାଗୁ କରିବେ ବୋଲି କହିଛନ୍ତି। ସମ୍ବିଧାନର ପ୍ରତିଷ୍ଠାତା ଆମ୍ବେଦକରଙ୍କ ପ୍ରତି ଅମିତ ଶାହ ଅସମ୍ମାନ କରିବା ଭଳି ଶବ୍ଦ ପ୍ରୟୋଗ କରିଥିବାରୁ ଏହାର ଜବାବରେ କେଜ୍ରିୱାଲ ଏପରି ଏକ ବୃତ୍ତି ଯୋଜନା ଲାଗୁ କରିଥିବା କହିଛନ୍ତି। ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ଯଦି ଆପ୍‌ ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ବିଜୟୀ ହୁଏ, ତା’ହେଲେ ସରକାର ବିଦେଶରେ ନାମ ଲେଖାଇଥିବା ଦଳିତ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ। ଅର୍ଥ ଅଭାବରୁ ଦିଲ୍ଲୀର କୌଣସି ଦଳିତ ଶିକ୍ଷାର୍ଥୀ ଯେମିତି ବିଦେଶରେ ପାଠ ପଢ଼ିବା ଅଧାରୁ ନ ଛାଡ଼ିବେ, ତା’ର ବ୍ୟବସ୍ଥା ଆପ୍‌ କରିବ।

ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ପଲଟିକାଲ ସାଇନ୍ସ(ଏଲଏସଇ)ରେ ପଢ଼ୁଥିବା ଆମ୍ବେଦକରଙ୍କୁ ଅର୍ଥ ଅଭାବରୁ ଅଧାରେ ପାଠ ବନ୍ଦ କରିବାକୁ ପଡ଼ିଥିଲା। ସେ ଘରକୁ ଆସିଥିଲେ ଓ ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ସେ ଏଲଏସଇ ଯାଇଥିଲେ ଓ ପୁଣି ନିଜର ଶିକ୍ଷା ଶେଷ କରିଥିଲେ ବୋଲି କେଜ୍ରିୱାଲ କହିଛନ୍ତି। ଆମ୍ବେଦକରଙ୍କୁ ଅମିତ ଶାହ କଟାକ୍ଷ କରିଥିବା ଅଭିଯୋଗ କରି କେଜ୍ରିୱାଲ କହିଛନ୍ତି ଯେ ସେ ଓ ଆମ୍ବେଦକରଙ୍କ କୋଟିକୋଟି ଅନୁଗାମୀ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବୟାନରେ ଆଘାତ ପାଇଛନ୍ତି। ସେ କହିଛନ୍ତି, “ସ୍ୱାଧୀନ ଭାରତରେ କେହି ବି କେବେ ସ୍ୱପ୍ନରେ ଭାବି ନଥିବେ ଯେ ସଂସଦରେ କେହି ଜଣେ ବାବା ସାହେବ ଆମ୍ବେଦକରଙ୍କୁ କଟାକ୍ଷ କରିବେ। ଅମିତ ଶାହଙ୍କ ଅସମ୍ମାନ କରିବା ଭଳି ବୟାନକୁ ଦୃଷ୍ଟିରେ ରଖି ମୁଁ ଡ ଆମ୍ବେଦକର ସମ୍ମାନ ସ୍କଲାରଶିପ ଯୋଜନା ସମ୍ପର୍କରେ ଘୋଷଣା କରୁଛି। ସରକାରୀ କର୍ମଚାରୀଙ୍କ ପିଲାମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।”

  • Related Posts

    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading
    ୧୩ ବିଶ୍ୱ ବିଦ୍ୟାଳୟ ଓ ୩୨୮ ମହାବିଦ୍ୟାଳୟରେ ହେବ ନିର୍ବାଚନ

    ୩ ବିଶ୍ୱ ବିଦ୍ୟାଳୟ ଓ ୨୦୨ ମହାବିଦ୍ୟାଳୟରେ ହେବ ଚୟନ ଭୁବନେଶ୍ୱର, ୭ ।୧୦ : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ