
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଥମ ଉଚ୍ଚ ସ୍ତରୀୟ କମିଟି ବୈଠକ ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ । ଜୁନ୍ ୩ରେ କୋଟିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, କୋଟିଆ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଯୋଜନା କରାଯିବ । ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ପୁନଃ ବିଚାର ଆବେଦନ ହୋଇଛି । କୋଟିଆ ଲୋକେ ଓଡିଶା ସହ ଥିଲେ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହି ଅଧିକାରୀ କାମ କରିବେ। କୋଟିଆ ଲୋକଙ୍କ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚିବ। ପୁର୍ବରୁ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । କିନ୍ତୁ କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଏବେ ବି ଅଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ସାମୁହିକ ବିକାଶ କୋଟିଆ ବାସୀଙ୍କ ପାଖରେ ପହଞ୍ଚିବ। ରାଜ୍ୟ ସରକାର କମିଟି ବିଭିନ୍ନ ବୁଦ୍ଧିଜୀବୀ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ। ଆନ୍ଧ୍ର ସରକାର କଣ ଯୋଜନା ଦେଉଛନ୍ତି ତାହାର ବି ଅନୁଧ୍ୟାନ କରିବ। ବର୍ତ୍ତମାନ ଆଇନଗତ ବିବାଦ ଥିଲେ ବି ରାଜ୍ୟ ସରକାର ଗୁରୁତର ସହକାରେ ଏହି ସମସ୍ୟାକୁ ବିଚାର କରୁଛନ୍ତି। ଗତକାଲି ରାଜ୍ୟ ସରକାର ଏକ ୧୬ ଜାଣିଆ କମିଟି ଗଠନ କରିଛନ୍ତି। ଯାହାର ଦାୟିତ୍ଵ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି।








