କୋଟିଆ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ: ମନ୍ତ୍ରୀ

ଭୁବନେଶ୍ବର: କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଏ ପ୍ରସଙ୍ଗ ୧୦୦ବର୍ଷ ହେଲା ଇଂରେଜ ଶାସନ ସମୟରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଛି। ଏହି ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟରେ ମାମଲା ଚାଲିଥିଲା। ମାମଲାଗୁଡ଼ିକ ଠିକ୍‌ ଭାବେ ପରିଚାଳନା ନହେବା କାରଣରୁ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଛି। ଉଚ୍ଚତମ ନ୍ୟାୟାଳୟରେ ଓଡ଼ିଶା ସଠିକ୍‌ ଭାବେ ପକ୍ଷ ରଖିପାରି ନାହିଁ। ଏବେ ଉଚ୍ଚତମ ନ୍ୟାୟାଳୟରେ ଶେଷ ମାମଲା ବିଚାରାଧୀନ ରହିଛି। ଅଭିଜ୍ଞତା ଥିବା ଆଇନଜୀବୀଙ୍କ ସହ ରାଜ୍ୟ ସରକାର ପରାମର୍ଶ କରିଛନ୍ତି। ଶୁକ୍ରବାର କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ନୂତନ କମିଟିର ପ୍ରଥମ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ।
ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ନୂତନ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ବସିଥିଲା। କୋଟିଆ ସୀମା ବିବାଦ ପାଇଁ ସରକାର ଗଠନ କରିଥିବା ୧୬ଜଣିଆ କମିଟି ବୈଠକରେ ବିଭିନ୍ନ ବିଭାଗର ସଚିବ ଏବଂ ବିଜେପି ବିଧାୟକ ରଘୁରାମ ମାଛ ଉପସ୍ଥିତ ଥିଲେ। କୋରାପୁଟ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ। ବୈଠକରେ କୋଟିଆ ବିବାଦର ସମାଧାନ ଏବଂ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କୋରାପୁଟ ଜିଲାପାଳଙ୍କ ସହ ଆଲୋଚନା କରି ନିଜ ନିଜ ବିଭାଗର ଯୋଜନା ଏବଂ ଉନ୍ନୟନମୂଳକ କାର୍ୟ୍ୟ ସମ୍ପର୍କରେ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିବେ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ। ରାସ୍ତାଘାଟ ସହ ଶିକ୍ଷା, ପାନୀୟ ଜଳ ଆଦି ମୌଳିକ ଭିତ୍ତିଭୂମିର ବିକାଶ ହେବ। ଚାଷୀଙ୍କ ପାଇଁ ବଜାର ସୁବିଧା ରହିବ।
ତୃଣମୂଳସ୍ତରରେ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଗୃହ ଏବଂ ସ୍ବାସ୍ଥ୍ୟ ଆଦି ବିଭାଗଗୁଡ଼ିକ ସ୍ଥିତି ଅନୁଧ୍ୟାନ କରି ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବେ। କୋଟିଆବାସୀଙ୍କ ହୃଦୟ ଜୟ ପାଇଁ ଯାହା ଉନ୍ନତିମୂଳକ କାର୍ୟ୍ୟ କରିବାକୁ ପଡ଼ିବ ତାହା କରିବା ନିମନ୍ତେ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କୋଟିଆରେ ରାସ୍ତାଘାଟ, ଉନ୍ନତମାନର ଚିକିତ୍ସା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା କରିବାକୁ ରୋଡ଼ମ୍ୟାପ୍‌ ପ୍ରସ୍ତୁତ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ରହିଛି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବିଭିନ୍ନ ବିଭାଗକୁ ମାସକ ମଧ୍ୟରେ କୋଟିଆ ସମ୍ପର୍କରେ ରୋଡମ୍ୟାପ୍‌ ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା, ପର୍ବପର୍ବାଣିର ପ୍ରଚାରପ୍ରସାର ଲାଗି ସରକାର ଯୋଜନା କରିଛନ୍ତି। ନୂତନ କମିଟି ପକ୍ଷରୁ ବୈଠକରେ ପୂର୍ବରୁ କୋଟିଆ ଉପରେ ଆଲୋଚନା ହୋଇଥିବା ଏବଂ ନିଆଯାଇଥିବା ନିଷ୍ପତ୍ତି ଉପରେ ରିପୋର୍ଟ ମଗାଯାଇ ଥିବାବେଳେ ବିଧାନସଭାର ଗୃହ କମିଟିଗୁଡ଼ିକ ଯେଉଁ ପରାମର୍ଶ ଦେଇଥିଲେ ତାକୁ ଅଧ୍ୟୟନ କରାଯିବ। ଆଗାମୀ କମିଟି ବୈଠକରେ ବିଧାନସଭା ଗୃହ କମିଟିଗୁଡ଼ିକର ସୁପାରିସ ରିପୋର୍ଟ ଉପସ୍ଥାପନ କରାଯିବ। ଗଡ଼ଜାତ ସମସ୍ୟା ଯୋଗୁଁ କୋଟିଆ ପ୍ରସଙ୍ଗ ଲାଗି ରହିଛି। କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସମସ୍ତ ପଦକ୍ଷେପ ନେବେ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ