କୋମାରେ ଅଛନ୍ତି ଅଭିଜିତ

ଭୁବନେଶ୍ବର: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ ଅଛନ୍ତି । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା ।
ତେବେ ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଛି ।
ତେବେ ଏମ୍ସରେ ଭର୍ତ୍ତି ହେବା ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଥିଲା । ଏବଂ ଅଭିଜିତ ମଜୁମଦାରଙ୍କ ସାଥିରେ ଆସିଥିବା ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ସୂଚନା ଦେଇ କହିଥିଲେ ଯେ- ଅଭିଜିତ ଗୁରୁତର ଅଛନ୍ତି । ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ବ୍ରେନ ଏବଂ ଲିଭରରେ ସମସ୍ୟା ରହିଛି । ପାନକ୍ରିଆଜରେ ସମସ୍ୟା ଦେଖା ଦେଇଛି । ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖା ଧେଇଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବ ।
ଆଉ ଏବେଏବେ ମିଳିଥିବା ତାଜା ସୂଚନା ଅନୁସାରେ କୋମାରେ ଅଛନ୍ତି ଅଭିଜିତ ମଜୁମଦାର । ସଙ୍ଗୀତ ଜଗତରେ ଅଭିଜିତ ଜଣେ ଦକ୍ଷ ଏବଂ ସୁପରିଚିତ ନାଁ । ବିଭିନ୍ନ ସିନେମା ଏବଂ ଆଲବମରେ ତାଙ୍କ ସ୍ବତନ୍ତ୍ର ଛାପ ଦେଖିବାକୁ ମିଳେ । ମେଲୋଡି କିଙ୍ଗ୍ ଭାବେ ଅଭିଜିତ ଦର୍ଶକଙ୍କ ପ୍ରିୟ ଥିବା ବେଳେ ସମସ୍ତେ ତାଙ୍କୁ ଆପଣାପଣରେ ଦାଦା ବୋଲି ଡାକନ୍ତି । ତେବେ ଅଭିଜିତଙ୍କ ଏପରି ସଙ୍କଟ ସମୟରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ