କ୍ୟାବିଟେନ: ଓଡ଼ିଶା ରାଜ୍ୟ ତଥ୍ୟ ନୀତି 2କୁ ମଞ୍ଜୁରୀ

ଭୁବନେଶ୍ବର: ବୁଧବାରମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ରାଜ୍ୟ କ୍ୟାବିଟେନରେ ଏହି ନୀତି ସମେତ 8 ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ 8 ବିଭାଗର 8 ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ପ୍ରତ୍ୟେକ ବିଭାଗରୁ ଗୋଟେ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଅନୁମୋଦନ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ତଥ୍ୟ ପରିଚାଳିତ ପ୍ରଶାସନକୁ ସୁଦୃଢ଼ ଓ ଡିଜିଟାଲ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । କ୍ୟାବିନେଟ ଓଡ଼ିଶା ରାଜ୍ୟ ତଥ୍ୟ ନୀତି 2କୁ ମଞ୍ଜୁରୀ ଦେଇଛନ୍ତି । ସମଗ୍ର ଡାଟା ଜୀବନଚକ୍ରରେ ଏକ ବ୍ୟାପକ ଓ ସୁଦୃଢ଼ ଡାଟା ଗଭର୍ଣ୍ଣାନ୍ସ ଫ୍ରେମୱାର୍କକୁ ସଂସ୍ଥାଗତ ଏବଂ ରାଜ୍ୟ ସରକାରଙ୍କ ବିଭାଗ ଏବଂ ସମ୍ପୃକ୍ତ ସଂଗଠନ ଗୁଡ଼ିକ ଦ୍ବାରା ଉତ୍ପନ୍ନ ଡାଟାର ସଠିକ ବ୍ୟବହାର କରିବା ଏହି ନୀତିର ଉଦ୍ଦେଶ୍ୟ । ଓଡ଼ିଶା ରାଜ୍ୟ ତଥ୍ୟ ନୀତି-୨ ପ୍ରଶାସନିକ ଦକ୍ଷତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ । ଏହା ସହ ସାର୍ବଜନୀନ ଯୋଜନା ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ବ୍ୟବହୃତ ତଥ୍ୟର ସଠିକତା ଏବଂ ବିଶ୍ବସନୀୟତାରେ ଉନ୍ନତି ଆଣିବ । ନିରବଚ୍ଛିନ୍ନ ତଥ୍ୟ ଆନ୍ତଃ କାର୍ଯ୍ୟକାରିତାକୁ ସକ୍ଷମ କରିବ । ସ୍ବଚ୍ଛ, ବିଶ୍ବସନୀୟ ଓ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଓଡ଼ିଶାକୁ ଏକ ଜାତୀୟ ନେତୃତ୍ଵ ପ୍ରଦାନ କରିବ ।

  • Related Posts

    ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନିତ ହେବି ଭାବିନଥିଲି : ଅନୁଗୁଳିଆ ବଣ୍ଟି

    ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ…

    Continue reading
    ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସ୍ମାର୍ଟ ରେଳଷ୍ଟେସନ ହେବ ବ୍ରହ୍ମପୁର

    ଗଞ୍ଜାମ,୨୩.୦୪.୨୦୨୬:ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାର ଜୀବନରେଖା ବ୍ରହ୍ମପୁର ରେଳଷ୍ଟେସନ ଏବେ ଆଧୁନିକ ରୂପ ନେବ। ପ୍ରାୟ ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସହ, ଏହି ବ୍ୟସ୍ତ ରେଳ ହବ୍‌ଟି ସ୍ମାର୍ଟ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର