କ୍ୟାବିନେଟ: ଅଙ୍ଗନୱାଡ଼ି ପିଲାଙ୍କୁ ମିଳିବ ୟୁନିଫର୍ମ ସହ ସ୍ୱେଟର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।’ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା’କୁ ଆଗାମୀ ୫ ବର୍ଷ (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି, ଯେଉଁଥିପାଇଁ ୫୮୬.୫୦ କୋଟି ଟଙ୍କା ବ୍ୟୟ ହେବ।

ଏହି ଯୋଜନାରେ ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ନାମ ଲେଖାଇଥିବା ୩ରୁ ୬ ବର୍ଷ ବୟସର ପ୍ରାୟ ୧୪.୭୬ ଲକ୍ଷ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ୟୁନିଫର୍ମ, ଜୋତା, ମୋଜା ଓ ସ୍ୱେଟରର ୟୁନିଟ୍ ମୂଲ୍ୟ ବୃଦ୍ଧି କରାଯାଇ ପ୍ରତ୍ୟେକ ବାଳକଙ୍କୁ ୧୭୫ ଟଙ୍କା ମୂଲ୍ୟର ଦୁଇ ହଳ ୟୁନିଫର୍ମ, ବାଳିକାଙ୍କୁ ୨୨୫ ଟଙ୍କା ମୂଲ୍ୟର ଦୁଇ ହଳ ୟୁନିଫର୍ମ, ୧୮୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ସହ ୨୦୦ ଟଙ୍କାରେ ଗୋଟିଏ ସ୍ୱେଟର ଦିଆଯିବ, ଯାହାର ସିଲାଇ ଓ ଯୋଗାଣ କାର୍ଯ୍ୟ ମହିଳା ଏସଏଚଜି ଓ ସୁଭଦ୍ରା ହିତାଧିକାରୀଙ୍କ ଦ୍ୱାରା ସମ୍ପାଦିତ ହେବ।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମରେ ରାଜ୍ୟ କ୍ୟାବିନେଟ୍ ଅନାଥ, ଅସହାୟ, ଏଚଆଇଭି ପ୍ରଭାବିତ ଓ କୋଭିଡରେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଥିବା ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ‘ଯଶୋଦା’ ଯୋଜନା ଓ ଏହାର ଉପଯୋଜନା ‘ଆଶୀର୍ବାଦ’ ନିମନ୍ତେ ୨୯୬.୯୯ କୋଟି ଟଙ୍କାର ୫ବର୍ଷିଆ ବଜେଟକୁ ମଞ୍ଜୁରୀ ଦେଇଛନ୍ତି ।ଏହି ଯୋଜନାରେ ପିଲାମାନଙ୍କୁ ବୈଷୟିକ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ଛାତ୍ରବୃତ୍ତି, ସୁକନ୍ୟା ସମୃଦ୍ଧି ସହାୟତା, ବିବାହ ସହାୟତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ମାସିକ ଆର୍ôଥକ ସହାୟତା ଦିଆଯିବ।

  • Related Posts

    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading
    ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

    ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ଦିଲ୍ଲୀସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୧୪ରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ