
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ୩ ବିଭାଗର ୪ ପ୍ରସ୍ତାବକୁ ମିିଳିଛି ମଞ୍ଜୁରୀ। ଏଣିକି ରାତି କାମ କରିପାରିବେ ମହିଳା କର୍ମଚାରୀ। ନାଇଟ୍ ଡ୍ୟୁଟି କରିବା ପାଇଁ ଲିଖିତ ଭାବେ ଦେବାକୁ ପଡ଼ିବ ଅନୁମତି ପତ୍ର। ମହିଳାଙ୍କ ସୁରକ୍ଷା ଦାୟିତ୍ବ ସୁନିଶ୍ଚିତ କରିବେ ରାଜ୍ୟ ସରକାର ।
ସୋମବାର ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗ ସଚିବ ଉପସ୍ଥିତ ଥିଲେ । ଏହି ବୈଠକରେ ଶ୍ରମ ବିଭାର ଦୁଇଟି ପ୍ରସ୍ତାବ, ପୂର୍ତ୍ତ ବିଭାଗର ଗୋଟିଏ ଏବଂ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।




