କ୍ୟାବିନେଟ: ସବୁ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ, ଅର୍ଥ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଇଲେ‌େ‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଶକ୍ତି ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ବାରା ରାଜ୍ୟରେ ପୁଞ୍ଜିନିବେଶ ବଢିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ରାଜ୍ୟରେ ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ। ରାଜ୍ୟର ମୋଟ ୬୭୯୪ଟି ପଞ୍ଚାୟତରେ ଏହା ଖୋଲାଯିବ। ଚଳିତବର୍ଷ ୧୧୪ଟି ପଞ୍ଚାୟତରେ ଏହି ବିଦ୍ୟାଳୟ ଖୋଲିବ। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢ଼ି ପାରିବେ। ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ଏଥିପାଇଁ ୧୧, ୯୩୯.୪୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରତି ବିଦ୍ୟାଳୟ ପିଛା ମୋଟ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷ ପ୍ରଥମ ପର୍ୟ୍ୟାୟରେ ୧୧୪ଟି ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟ ଖୋଲିବ। ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତରେ ଖୋଲାଯିବ। ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାର ୫-‘ଟି’ ନାଁରେ ଉଚ୍ଚ ବିଦ୍ୟାଳୟ କାନ୍ଥରେ ରଙ୍ଗ ବୋଳି ରୂପାନ୍ତରଣ କରିଥିଲେ। ସେତେବେଳେ ଏହି ସ୍ମାର୍ଟ ସ୍କୁଲ ଯୋଜନା ଠିକ ନଥିଲା। ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଡିପିଆର ପ୍ରସ୍ତୁତ ହୋଇ ନଥିଲା କି ବ୍ୟୟବରାଦ ଆକଳନ କରାଯାଇ ନଥିଲା। ପିଲାଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳିଥିଲେ ପୂର୍ବ ସରକାର। ତେଣୁ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରତି ପଞ୍ଚାୟତରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଗୋଟିଏ ଲେଖାଏଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ କାର୍ୟ୍ୟକାରୀ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ କରାଯାଇଛି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ