କ୍ୟାବିନେଟ: ସ୍ୱାସ୍ଥ୍ୟ ସେବାରେ ଯୋଡି ହେବ ୪୨୮ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆ ସହର ଉନ୍ନୟନ ଯୋଜନାକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବରେ ମୋହର ମାରିଛନ୍ତି ମୋହନ ସରକାର । ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ।
ଓଡିଶାର ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା ୨୦୧୩ ମସିହାରୁ ଆରମ୍ଭ ହୋଇଛି । ଯୋଜନା ଅନୁଯାୟୀ, ବାର୍ଷିକ ଆନୁମାନିକ ୧୧-୧୨ ଲକ୍ଷ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ୨୦ ମିନିଟ ମଧ୍ୟରେ ନିର୍ଦ୍ଦିଷ୍ଟ ଜନସ୍ବାସ୍ଥ୍ୟ ସୁବିଧାକୁ ସ୍ଥାନାନ୍ତରିତ କରାଯିବ । ବର୍ତ୍ତମାନ ରାଜ୍ୟରେ ମୋଟ ୮୬୬ ଟି EMAS ୧୦୮ ଆମ୍ବୁଲାନ୍ସ ରହିଛି । ୪୧୧ଟି ALS, ୪୪୯ ଟି BLS ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି । ମୋଟ ଆମ୍ବୁଲାନ୍ସରୁ ୪୨୧ ଟି ୫ ବର୍ଷରୁ ଅଧ‌ିକ ପୁରୁଣା ହୋଇଥ‌ିବା ବେଳେ ନିର୍ଦ୍ଧାରିତ ଅଢେ଼ଇ ଲକ୍ଷ କିମିରୁ ଅଧୂକା ଚାଲିସାରିଲାଣି । ଉନ୍ନତ ମାନର ସେବା ପ୍ରଦାନ ପାଇଁ ଏହି ଆମ୍ବୁଲାନ୍ସ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ । ଝାରସୁଗୁଡାର କାର୍ଡିଆକ କେୟାର ହସ୍ପିଟାଲରେ ୨ ଟି ALS ଆମ୍ବୁଲାନ୍ସ ଏବଂ ବିମାନବନ୍ଦର ପାଇଁ ୫ ଟି ALS ଆମ୍ବୁଲାନ୍ସ କିଣାଯାଇ ଯୋଗାଇ ଦିଆଯିବ । କ୍ୟାବିନେଟ ଜାତୀୟ ସ୍ବାସ୍ଥ୍ୟ ମିଶନ ଦ୍ବାରା ୪୨୮ ଟି ଆମ୍ବୁଲାନ୍ସ ଆନୁମାନିକ ବ୍ୟୟ ୧୧୮.୯୮ କୋଟି ଟଙ୍କାରେ କ୍ରୟ ପ୍ରସ୍ତାବକୁ ମୋହର ମାରିଛି । ୧୧୮.୦୬ କୋଟି ରାଜ୍ୟ ବଜେଟ ଓ ୦.୯୨ କୋଟି ଟଙ୍କା MCL ଯୋଗାଇ ଦେବ ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ