
ଭୁବନେଶ୍ୱର: ଗତ ୧୫ ମାସରେ କ୍ୟାମ୍ପସରେ ୨୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସୋମବାର ବିଧାନସଭାରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବିଭିନ୍ନ ଘରୋଇ ଓ ସରକାରୀ କ୍ୟାମ୍ପସରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ରାୟଗଡ଼ାରେ ୪ଜଣ ଛାତ୍ର ଓ କିଟରେ ୨ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।ସେହିପରି କେନ୍ଦୁଝରରେ ୩ ଜଣ ଓ ବଲାଙ୍ଗୀରରେ ୨ ଜଣ ଆତ୍ମହତ୍ୟା କରିଛନ୍ତି ।




