ଖଣି ମାଲିକ ରଞ୍ଜନ ଦାଶଙ୍କ ଠିକଣାରେ ଇଡି ରେଡ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ରେଡ। ଖଣି ମାଲିକ ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଶନିବାର ଠାରୁ ଚଢ଼ଉ ଜାରି ରହିଛି। ଏହି ସମୟରେ ପୁଳାପୁଳା ଟଙ୍କା ସହ ୧୦ଟି ବିଳାସପୂର୍ଣ୍ଣ କାର ଓ ୩ଟି ସୁପର ବାଇକ୍ ଜବତ ହୋଇଛି। ୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି।ଦେଶର ଅନ୍ୟତମ ବଡ଼ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାର ଯାଞ୍ଚ ବେଳେ ଶ୍ରୀ ଦାଶଙ୍କ ମାଲିକାନାରେ ଥିବା Anmol Mines Private Limited (AMPL) ଓ M/s Anmol Resources Private Limited (ARPL)ର ବିଭିନ୍ନ ଠକଣାରେ ରେଡ ହୋଇଛି।ଶନିବାର ଠାରୁ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘର ଆରମ୍ଭ ହୋଇଥିବା ରେଡ ବେଳେ ଆଖି ଲାଖି ଯିବା ଭଳି ସମ୍ପତ୍ତି ମିଳିଛି। ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଞ୍ଚଳ ପ୍ରଦେଶ ପୁଲିସ ନିକଟରେ ପ୍ରଥମେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିମଲା ସ୍ଥିତ ଜୋନାଲ ଅଫିସ ମନି ଲଣ୍ଡରିଂ ମାମଲା ରୁଜୁ କରି ରେଡ କରିଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ