ଖରାଦିନ ଆରମ୍ଭ :ଘରେ କିପରି ନିଜ ତ୍ବଚାର ଯତ୍ନ ନେଇହେବ ଆସନ୍ତୁ ଜାଣିବା

ଖରାଦିନ ଆରମ୍ଭ ହୋଇଗଲାଣି। ଏଥିପାଇଁ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ହେବ। ବିଶେଷ କରି ଶରୀରରୁ ଯେପରି ଜଳୀୟଅଂଶ ନକମେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଏଥିସହିତ ଘରେ କିପରି ନିଜ ତ୍ବଚାର ଯତ୍ନ ନେଇହେବ ଆସନ୍ତୁ ଜାଣିବା।

ଆପଣ ଯେଉଁଆଡେ ବି ଯାଇଥାଆନ୍ତୁ ଘରେ ପହଞ୍ଚିଲା ମାତ୍ରେ ପ୍ରଥମେ ଭଲ ଭାବେ ମୁହଁ ଧୋଇ ସଫା କରି ଦିଅନ୍ତୁ। ଏହାପରେ ଅଳ୍ପ ହଳଦୀ, ଏକ ଚାମଚ ଗ୍ରୀନ ଟି ଓ ଏକ ଚାମଚ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ ରଖନ୍ତୁ। ୨୦ ମିନିଟ ପରେ କିଛି ଗୋଲାପ ଜଳକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ। ଏହାପରେ ମୁହଁକୁ ଭଲ ଭାବେ ମସାଜ କରି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଏହା ମୁହଁର ବ୍ରଣ ସମସ୍ୟା ଦୂର କରି ମୁହଁକୁ ସୁନ୍ଦର କରିଥାଏ।

ସେହିପରି ୨ଚାମଚ କ୍ଷୀରରେ ଅଳ୍ପ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୩୦ ମିନିଟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ୩ ଦିନକୁ ଥରେ ଲଗାଇବା ଦ୍ୱାରା ବୟସ ବୃଦ୍ଧିର ଲକ୍ଷଣକୁ କମ କରିଥାଏ।

ଏତଦ ବ୍ୟତୀତ ଆପଣ ଘରେ କଦଳୀ ସ୍କ୍ରବ କରି ପାରିବେ। ପ୍ରଥମେ କଦଳୀକୁ ଭଲ ଭାବେ ଚକଟି ଏଥିରେ ସାମାନ୍ୟ ପାଣି ଓ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ନିଜ ମୁହଁ ଓ ହାତରେ ଲଗାଇ ୧ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ।

ସେହିପରି ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟି ଏଥିରେ ଦହି, ସାମାନ୍ୟ ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରି ପାରି‌ବେ। ଏହି ସ୍କ୍ରବକୁ ୧୦ ମିନିଟ ମୁହଁରେ ଭଲରେ ମାଲିସ କରି କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ଥରେ କରିବା ଦ୍ବାରା ତ୍ବଚାର ଓଜ୍ଜଲ୍ୟ ବୃଦ୍ଧ ପାଇଥାଏ।

  • Related Posts

    ଗରମରେ ନିଜକୁ ଏମିତ ସଜାନ୍ତୁ

    ଏବେ ବାହାଘର ଋତୁ ଆରମ୍ଭ ହୋଇଯାଇଛି । ଏହାସହିତ ଟିକେଟିକେ ଗରବ ବି ଲାଗିଲାଣି । ବାହାଘରରେ ପୁରୁଷମାନେ କ’ଣ ପିନ୍ଧିବେ ବୋଲି ଚିନ୍ତା କରୁଥିବେ । ଏଥିପାଇଁ କେତେକ ଉପାୟ ମନେ ରଖନ୍ତୁ । ଖରାଦିନେ ଉଜ୍ଜ୍ୱଳ ରଙ୍ଗର ପୋଷାକ…

    Continue reading
    ଗରମ ଦିନେ ଏହିସବୁ କାରଣରୁ ବଢିଥାଏ ଓଜନ। କେମିତି ବଞ୍ଚିବେ ଏଥିରୁ?

    ଖରାଦିନେ ଏମିତି ଅନେକ ଭୁଲ୍‌ ଯୋଗୁଁ ଓଜନ ବଢ଼ିଥାଏ। ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍‌ ଫୁଡ୍‌ ଖାଆନ୍ତି। ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର