ଖରା ଦିନେ ପିଉଛନ୍ତି କି ଥଣ୍ଡା ପାଣି? ଦେଖା ଦେଇପାରେ ସାଂଘାତିକ ସାଇଡ ଇଫେକ୍ଟ

ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ବାହାରକୁ ବାହାରିବାକୁ ଭୟ ଲାଗୁଛି। ଜରୁରୀସ୍ଥଳେ ଲୋକେ ବାହାରକୁ ଗଲେ ଜୀବନ ବିକଳରେ ଘରମୁହାଁ ହେଉଛନ୍ତି। ଏପରିକି ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା ସାଧାରଣ କଥା। ଏହା ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ଦେଇପାରେ ହେଲେ ଏହାର ସାଇଡ ଇଫେକ୍ଟ ଖୁବ୍‌ ଅଧିକ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଥଣ୍ଡା ପାଣି ପିଇବାକୁ ଯଥାସମ୍ଭବ ଏଡ଼ାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।

ଆସନ୍ତା ଜାଣିବା ଥଣ୍ଡା ପାଣି ପିଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରିଥାଏ।

– ସବୁବେଳେ ଥଣ୍ଡା ପାଣି ପିଉଥିଲେ ଏହାଦ୍ୱାରା ହୃଦସ୍ପନ୍ଦନର ବେଗ ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ। ଥଣ୍ଡା ପାଣି ଆମ ଶରୀରର ସ୍ନାୟୁ ପ୍ରଣାଳୀର ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ଯେଉଁଥିପାଇଁ ଆମର ହୃଦସ୍ପନ୍ଦନର ଗତି ମନ୍ଥର ହୋଇଯାଇଥାଏ। ଫଳରେ ଛାତିରେ ଯନ୍ତ୍ରଣା ହେବା ସମସ୍ୟା ଦେଖାଦେଇଥାଏ
– ମେଦବହୁଳତା ବଢ଼ିବାର ଏକ ପ୍ରମୁଖ କାରଣ ନିୟମିତ ଭାବେ ଥଣ୍ଡା ପାଣି ପିଇବା ବୋଲି ଜଣାଯାଇଛି। ମୁଖ୍ୟତଃ ଅନିୟମିତ ଜୀବନଶୈଳୀ ପାଇଁ ଆଜିର ଯୁବପୀଢ଼ି ମୋଟାପଣର ଶିକାର ହେଉଛନ୍ତି। ଏହାବାଦ ଖାଇବା ପରେ ପରେ ତୁରନ୍ତ ଥଣ୍ଡା ପାଣି ପିଇ ଦେଲେ, ମୋଟାପଣ ବଢ଼ିବାର ସମ୍ଭାବନା ବହୁଗୁଣ ବଢ଼ି ଯାଇଥାଏ। ତେଣୁ ଡାଏଟିସିଆନ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ବାରଣ କରିଥାନ୍ତି ।

– ସବୁବେଳେ ଥଣ୍ଡା ପାଣି ପିଇବା ଥଣ୍ଡା, ଜ୍ୱର ଏବଂ କାଶର କାରଣ ହୋଇପାରେ। କାରଣ ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଲୋକମାନେ ଥଣ୍ଡା ଏବଂ କାଶ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି। ସେଥିପାଇଁ ଖାଇବା ପରେ ଥଣ୍ଡା ପାଣି ବଦଳରେ ନର୍ମାଲ ପାଣି ପିଇବା ଉଚିତ । ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କା ବଢ଼ି ଯାଇଥାଏ।

– ଅତ୍ୟଧିକ ଥଣ୍ଡା ପାଣି କିମ୍ବା ମୃଦୁ ପାନୀୟ ପିଇବା ରକ୍ତ କୋଷକୁ ପ୍ରଭାବିତ କରିଥାଏ । ଯାହା ସିଧାସଳଖ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ନିୟମିତ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ସେଥିପାଇଁ ଥଣ୍ଡା ପାଣିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ