ଖରିଫ ଧାନ ସଂଗ୍ରହ: ଏ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଛନ୍ତି ପ୍ରାୟ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଲେଣି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଞ୍ଜିକରଣ ପ୍ରକ୍ରିୟା ଅବଧି ଶେଷ ହେବାକୁ ଯାଉଥିବାରୁ ଅଧିକ ଚାଷୀ ପଞ୍ଜିକରଣ କରୁଥିବା ଦୃଷ୍ଟିକୁ ଆସିଛି । ଏଥି ନିମନ୍ତେ ଚାଷୀ ପଞ୍ଜିକରଣ ପାଇଁ ପ୍ରାଥମିକ କୃଷି ସମବାୟ ସମିିତି, ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ପାଣି ପଞ୍ଚାୟତରେ ପଞ୍ଜିକରଣ କରାଯାଉଛି । ଏଥିରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହ ଏବେ ଦୈନିକ ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜିକରଣ କରୁଥିବା ଲକ୍ଷ୍ୟ କରାଯାଉଛି ।

ବର୍ତ୍ତମାନ ଏହି ପଞ୍ଜିକରଣ ପ୍ରକ୍ରିୟା ସମସ୍ତ ଜିଲ୍ଲାରେ ଜାରି ରହିଛି । ବରଗଡ଼ ଜିଲ୍ଲାରେ ପ୍ରାୟ ୬୦ ହଜାର ଚାଷୀ ପଞ୍ଜିକରଣ କରିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୩ ହଜାର, କଳାହାଣ୍ଡିରେ ୪୦ ହଜାର ଓ ପୁରୀ ଜିଲ୍ଲାରେ ପ୍ରାୟ ୨୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୯୦୭ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜିକରଣ କାର୍ଯ୍ୟ ଜାରି ରହିଛି ।

ସଂପୃକ୍ତ ପ୍ୟାକ୍ସଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଚାଷୀମାନଙ୍କ ଆଧାର ନମ୍ବର, ମୋବାଇଲ ନମ୍ବର, ପି-ପାସ୍‌ ମାଧ୍ୟମରେ ଦାଖଲ କରି ପଞ୍ଜିକରଣ ପ୍ରକ୍ରିୟା ଶେଷ କରାଯାଉଛି ଏବଂ ବିନା ଶୁଳ୍କରେ ଚାଷୀମାନଙ୍କୁ ପ୍ରାପ୍ତି ସ୍ୱୀକାର ପତ୍ର ପ୍ରଦାନ କରାଯାଉଛି। ପଞ୍ଜିକରଣ ବେଳେ ପ୍ରଦତ୍ତ ତଥ୍ୟକୁ ନିର୍ଭୁଲ କରିବା ପାଇଁ ଚାଷୀଙ୍କ ଉପସ୍ଥିତିରେ ପଞ୍ଜିକରଣ ସଂପନ୍ନ କରାଯାଉଛି । ଚଳିତ ବର୍ଷର ବ୍ୟବସ୍ଥା ଅନୁଯାୟୀ ଚାଷୀମାନଙ୍କୁ ସମିତିର କର୍ମଚାରୀ ମାନେ ନିଜ ପାଖରେ ବସାଇ ପଞ୍ଜିକରଣ କାର୍ଯ୍ୟ କରାଉଛନ୍ତି ଯାହାଦ୍ୱାରା ଦାଖଲ ହେଉଥିବା ସମସ୍ତ ତଥ୍ୟ ଚାଷୀମାନେ ଜାଣି ପାରୁଛନ୍ତି । ପଞ୍ଜିକରଣ ବେଳେ ସୋସାଇଟି ମାନଙ୍କରେ ସହାୟତା କେନ୍ଦ୍ର ଖୋଲାଯାଇ ଆବେଦନାକାରୀଙ୍କୁ ଯଥାଯଥ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି। ଏଥି ସହ ଭାଗଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ, ମୋବାଇଲ୍‌ ନମ୍ବର, ପି-ପାସ୍‌ ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହ ଜମି ମାଲିକଙ୍କ ସମ୍ମତି ପତ୍ର ଅପ୍‌ଲୋଡ୍‌ କରାଯାଉଛି । ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାସି ମଧ୍ୟ ସଂପନ୍ନ କରାଯାଉଛି ।

ଚଳିତ ପଞ୍ଜିକରଣ ପ୍ରକ୍ରିୟା ବିଭିନ୍ନ ବିଭାଗ ଯଥା-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି । ପଞ୍ଜିକରଣବେଳେ ସଂପୃକ୍ତ ଅଞ୍ଚଳର ଭିଏଡବ୍ଲୁ୍ ସମିତିରେ ଉପସ୍ଥିତ ରହୁଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ ଦେଉଛନ୍ତି । ଯଥାଶୀଘ୍ର ନିଜ ନିଜର ପଞ୍ଜିକରଣ କରାଇନେବା ପାଇଁ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଜାରି ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାକୁ ଅନୁରୋଧ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ