ଜାତୀୟ ସ୍ୱଚ୍ଛତା ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର:ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଉନ୍ନତି ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବଂ କଟକ ମହାନଗର ନିଗମ (କେଏମସି)ରେ ସ୍ୱଚ୍ଛତା, ଡ୍ରେନେଜ୍ ଓ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।
ରାଜ୍ୟର ଦୁଇ ପ୍ରମୁଖ ସହରାଞ୍ଚଳ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରି ମନ୍ତ୍ରୀ ଜାତୀୟ ସ୍ୱଚ୍ଛତା ସର୍ବେକ୍ଷଣ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ବିଏମସି ଓ କେଏମସିକୁ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ନିଜ ବର୍ଗରେ ଭୁବନେଶ୍ୱର ନବମ ସ୍ଥାନ ହାସଲ କରିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗାମୀ ଜାତୀୟ ସ୍ୱଚ୍ଛତା ମୂଲ୍ୟାୟନରେ ଭୁବନେଶ୍ୱର ଏବଂ କଟକ ଯେପରି ପ୍ରଥମ ସ୍ଥାନ (Rank 1) ଅଧିକାର କରିବେ, ସେଥିପାଇଁ ଉଭୟ ପୌରସଂସ୍ଥା ମିଶନ ମୋଡ଼ରେ କାର୍ଯ୍ୟ କରିବା ସହ ନିଜ ପ୍ରୟାସକୁ ଦ୍ୱିଗୁଣିତ କରିବା ଉଚିତ ।
ପ୍ରବଳ ବର୍ଷା ସମୟରେ ଜଳବନ୍ଦୀ ଓ ସହରାଞ୍ଚଳ ବନ୍ୟା ପରିସ୍ଥିତିର ସମୀକ୍ଷା କରି ଡ. ମହାପାତ୍ର ମେସିନ୍ ଦ୍ୱାରା ଡ୍ରେନ୍ ସଫେଇ ଏବଂ ନିୟମିତ ପଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ କେତେକ ସ୍ଥାନରେ ସଂକୀର୍ଣ୍ଣ ଡ୍ରେନ୍ ଏବଂ ୩ରୁ ୪ ଫୁଟ ପର୍ଯ୍ୟନ୍ତ ପଙ୍କ ଜମି ରହିଥିବା ଜଣାପଡ଼ିଥିବାରୁ, ବ୍ୟାପକ ଡ୍ରେନ୍ ସଫେଇ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ନିୟୋଜିତ କରିବାକୁ ଏବଂ ଜଳ ନିଷ୍କାସନ କ୍ଷମତା ବଜାୟ ରଖି ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବଡ଼ ଡ୍ରେନ୍‌ଗୁଡ଼ିକୁ ବର୍ଷକୁ ଅତି କମରେ ୩ ଥର ପଙ୍କମୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଯୁକ୍ତିବିଦ୍ୟା ଆଧାରିତ ବନ୍ୟା ମୁକାବିଲା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅତ୍ୟାଧୁନିକ ଫ୍ଲଡ୍ ସେନ୍ସର ଲଗାଯାଇ ଏହାକୁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସହ ସଂଯୋଗ କରାଯାଉ । ଏହି ବ୍ୟବସ୍ଥା ଦ୍ୱାରା ରିଅଲ୍-ଟାଇମ୍ ମନିଟରିଂ, ସମ୍ଭାବ୍ୟ ଜଳପ୍ଲାବନର ପୂର୍ବାନୁମାନ ଏବଂ ସମ୍ବେଦନଶୀଳ ଅଞ୍ଚଳକୁ ଠିକ୍ ସମୟରେ ସତର୍କ ସୂଚନା ମିଳିପାରିବ, ଯାହା ଫଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ କ୍ଷୟକ୍ଷତିକୁ ରୋକାଯାଇ ପାରିବ ।
ବାରମ୍ବାର ଜଳବନ୍ଦୀ ଓ ପରିମଳ ସମସ୍ୟା ଉପୁଜୁଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକର ମଧ୍ୟ ଡଃ ମହାପାତ୍ର ସମୀକ୍ଷା କରିଥିଲେ । ଇସ୍କନ ମନ୍ଦିର ନିକଟରେ ଚାଲିଥିବା ଡ୍ରେନେଜ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରି ସେଠାରେ ଲାଗି ରହୁଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେହେରା ସାହିରେ ଡ୍ରେନେଜ୍ କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ଏବଂ ବିଏମସି ଅଧୀନରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରାସ୍ତା ସହିତ ଡ୍ରେନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ସୈନିକ ସ୍କୁଲ ଅଞ୍ଚଳ ସମେତ ଚିହ୍ନଟ ସ୍ଥାନଗୁଡ଼ିକରେ ବାରମ୍ବାର ଆବର୍ଜନା ଜମା ହେବା ଏବଂ ଦୁର୍ଗନ୍ଧ ସମସ୍ୟାର ସମାଧାନ ପାଇଁ ଅଭିନବ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା କାର୍ଯ୍ୟ କେବଳ ଦୈନନ୍ଦିନ ଝାଡୁ-ସଫେଇରେ ସୀମିତ ନ ରହି ଏକ ସ୍ୱଚ୍ଛ, ସୁସ୍ଥ ଓ ବାସୋପଯୋଗୀ ସହର ଗଠନ ପାଇଁ ଦୀର୍ଘସ୍ଥାୟୀ ତଥା ପ୍ରଯୁକ୍ତି-ଆଧାରିତ ସମାଧାନକୁ ଆପଣାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡଃ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ଓ କଟକକୁ ଦେଶର ସବୁଠାରୁ ସ୍ୱଚ୍ଛ ତଥା ସୁପରିଚାଳିତ ସହରରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । କେବଳ ରାଙ୍କିଙ୍ଗ୍ ବୃଦ୍ଧି କରିବା ନୁହେଁ, ବରଂ ସ୍ୱଚ୍ଛତା, ଡ୍ରେନେଜ୍ ଓ ସହରାଞ୍ଚଳ ଭିତ୍ତିଭୂମିରେ ଏକ ଦୃଶ୍ୟମାନ ତଥା ସ୍ଥାୟୀ ଉନ୍ନତି ଆଣିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳ, ପ୍ରଭାବଶାଳୀ ତଦାରଖ ଏବଂ ନାଗରିକଙ୍କ ସକ୍ରିୟ ଭାଗୀଦାରୀ ସହିତ ଜାତୀୟ ସ୍ୱଚ୍ଛତା ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ବିଏମସି ଏବଂ କେଏମସି ସ୍ପଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ । ସହରାଞ୍ଚଳ ବନ୍ୟା ପ୍ରସଙ୍ଗରେ ସେ କହିଛନ୍ତି ଯେ ଅସ୍ଥାୟୀ ପଦକ୍ଷେପ ପରିବର୍ତ୍ତେ ଅଗ୍ରୀମ ପ୍ରସ୍ତୁତି, ନିୟମିତ ପଙ୍କ ଉଦ୍ଧାର, ମେସିନ୍ ସଫେଇ ଏବଂ ରିଅଲ୍-ଟାଇମ୍ ମନିଟରିଂ ମାଧ୍ୟମରେ ସ୍ଥାୟୀ ସମାଧାନ କରାଯିବା ଆବଶ୍ୟକ ।
ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା, ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ସ୍ୱଚ୍ଛତା ତଥା ବନ୍ୟା ପରିଚାଳନାରେ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିବାରଣ, ପୂର୍ବପ୍ରସ୍ତୁତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଦୀର୍ଘସ୍ଥାୟୀ ସମାଧାନ ଉପରେ ଧ୍ୟାନ ଦେଇ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏସବିଏମ (ଅର୍ବାନ) ମିଶନ ଡାଇରେକ୍ଟର ବିନୟ କୁମାର ଦାଶ, ବିଏମସି କମିଶନର ଚଞ୍ଚଲ ରାଣା, କେଏମସି କମିଶନର କିରଣଦୀପ କୌର ସାହୋତା, ୱାଟକୋ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ଓଡ଼ବ୍ଲୁଏସଏସବି ଇଆଇସି ଭାଗ୍ୟଧର ମହାନ୍ତି ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ