ମହାରାଷ୍ଟ୍ର ନିର୍ବାଚନ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସଫଳ କାର୍ଯ୍ୟାନ୍ୱୟନ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ମହାରାଷ୍ଟ୍ର ସିଇଓ ଶ୍ରୀ ଏସ୍. ଚୋକାଲିଙ୍ଗମ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁମ୍ବାଇ ଗସ୍ତ କରି ଶ୍ରୀ ଗୋପାଳନ ବୃହନମୁମ୍ବାଇ ମହାନଗର ନିଗମର ୪ ଜଣ ଅତିରିକ୍ତ ପୌର ଆୟୁକ୍ତ, ୫ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ।

​ଏହି ଆଲୋଚନା ଚକ୍ରରେ ଓଡ଼ିଶାରେ ସଫଳତାପୂର୍ବକ ସମ୍ପାଦିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଯୋଜନା, ସମୀକ୍ଷା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ନିର୍ବାଚକମାନଙ୍କର ସଠିକ୍ ମ୍ୟାପିଂ, କ୍ଷେତ୍ର ସ୍ତରୀୟ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଆଧାରିତ ମନିଟରିଂ, ନୋଟିସ୍ ଜାରି, ଶୁଣାଣି ଏବଂ ମାମଲାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ଉପରେ ଓଡ଼ିଶା ସିଇଓ ଶ୍ରୀ ଗୋପଳନ ଆଲୋକପାତ କରିଥିଲେ।

​ଶ୍ରୀ ଗୋପାଳନ ଜଣାଇଥିଲେ ଯେ ଓଡ଼ିଶା ମଡେଲ୍‌ରେ ତଥ୍ୟ ଆଧାରିତ ମନିଟରିଂ ଏବଂ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥିଲା। ବୁଥ୍ ଏବଂ ବିଏଲ୍‌ଓ ସ୍ତରରେ ମ୍ୟାପିଂ ଅଗ୍ରଗତିର ନିରନ୍ତର ସମୀକ୍ଷା କରାଯିବା ସହ କମ୍ ପ୍ରଦର୍ଶନ କରୁଥିବା ଅଞ୍ଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଏହାବାଦ୍ ସାଧାରଣ ନାଗରିକଙ୍କ ସୁବିଧା ଏବଂ ସ୍ୱୀପ୍ (SVEEP) କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରି ଭୋଟରଙ୍କ ସହଭାଗିତା ବୃଦ୍ଧି କରାଯାଇଥିଲା।

ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସଂଶୋଧନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାକୁ ସହଜ କରିବା ଏବଂ ଯୋଗ୍ୟ ନାଗରିକମାନଙ୍କୁ ନିଜ ଭୋଟର ତାଲିକାର ବିବରଣୀ ଯାଞ୍ଚ ଓ ଅଦ୍ୟତନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଶ୍ରୀ ଗୋପାଳନ ଓଡ଼ିଶାରେ ବର୍ତ୍ତମାନର ଭୋଟର ତାଲିକାକୁ ପୂର୍ବ ଭୋଟର ତାଲିକା ସହିତ ମ୍ୟାପିଂ କରିବାର ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ଏଥିରେ ମ୍ୟାପ୍‌ ହୋଇଥିବା, ମ୍ୟାପ୍‌ ହୋଇନଥିବା ଏବଂ ଅସଙ୍ଗତି ଥିବା ମାମଲାଗୁଡ଼ିକୁ ସୁସଂଗଠିତ ଭାବେ ଚିହ୍ନଟ କରାଯାଉଥିବା ବିଷୟରେ ସେ ସୂଚନା ଦେଇଥିଲେ।

ବୁଥ୍‌ୱାରୀ ଓ ବିଏଲ୍‌ଓ ୱାରୀ ମ୍ୟାପିଂ ପ୍ରଗତିର ନିରନ୍ତର ତଦାରଖ, କମ୍‌ ପ୍ରଗତି ହେଉଥିବା ଅଞ୍ଚଳରେ ସ୍ୱତନ୍ତ୍ର ହସ୍ତକ୍ଷେପ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ତଥ୍ୟଭିତ୍ତିକ ମନିଟରିଂ ଓ ସ୍ପଷ୍ଟ ଉତ୍ତରଦାୟିତ୍ୱ ଓଡ଼ିଶା ମଡେଲ୍‌ର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ସେ କହିଥିଲେ।

ସେହିପରି, ଏସ୍‌ଆଇଆର୍‌ର ନୋଟିସ୍‌ ଓ ଶୁଣାଣି ପର୍ଯ୍ୟାୟ ସମ୍ପର୍କରେ ମଧ୍ୟ ଶ୍ରୀ ଗୋପାଳନ ବିସ୍ତୃତ ସୂଚନା ଦେଇଥିଲେ। ସମୟାନୁସାରେ ନୋଟିସ୍‌ ପ୍ରସ୍ତୁତି ଓ ପ୍ରଦାନ, ଭୋଟରଙ୍କୁ ଯଥେଷ୍ଟ ସମୟ ଦେଇ ଶୁଣାଣିର ସୂଚୀ ପ୍ରସ୍ତୁତି, ଦଲିଲ ଓ ଦାବିଗୁଡ଼ିକର ଯାଞ୍ଚ, ଶୁଣାଣିର ବିବରଣୀ ରେକର୍ଡ କରିବା ଏବଂ ଅଧିକାରୀମାନଙ୍କ ଦ୍ୱାରା ମାମଲାର ସମୟୋଚିତ ଫଇସଲା ଉପରେ ସେ ଗୁରୁତ୍ୱ ଦେଇଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ମାମଲା ଯେପରି ବିଚାରାଧୀନ ନ ରହେ, ସେଥିପାଇଁ ନୋଟିସ୍‌ ଓ ଶୁଣାଣିର ପ୍ରଗତିକୁ ନିରନ୍ତର ତଦାରଖ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।

ନିର୍ବାଚକ ପଞ୍ଜିକରଣ ଅଧିକାରୀ/ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସ୍ତରରେ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଏଲ୍‌ଓ ସ୍ତରରେ ତଦାରଖ, ବୈଷୟିକ ଓ ପରିଚାଳନାଗତ ସମସ୍ୟାର ତୁରନ୍ତ ସମାଧାନ ଏବଂ ସଂଶୋଧନ ପ୍ରକ୍ରିୟାର ନିରନ୍ତର ତଦାରଖ ଉପରେ ମଧ୍ୟ ଶ୍ରୀ ଗୋପାଳନ ଗୁରୁତ୍ୱ ଦେଇଥିଲେ।

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିବାରେ ନିୟମିତ ସମୀକ୍ଷା ବୈଠକ, ସମସ୍ୟା ଚିହ୍ନଟ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶାର ଅଭିଜ୍ଞତାରୁ ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନେ ଶ୍ରୀ ଗୋପାଳନଙ୍କ ସହ ଏସ୍‌ଆଇଆର୍‌ କାର୍ଯ୍ୟାନ୍ୱୟନର ବିଭିନ୍ନ ପରିଚାଳନାଗତ ଦିଗ ଉପରେ ଆଲୋଚନା କରିଥିଲେ।

ଶ୍ରୀ ଏସ୍‌. ଚୋକ୍କାଲିଙ୍ଗମ୍‌ ଏସ୍‌ଆଇଆର୍‌ କାର୍ଯ୍ୟାନ୍ୱୟନରେ ଓଡ଼ିଶା ମଡେଲ୍‌ ଏବଂ ରାଜ୍ୟ ଆପଣାଇଥିବା ସୁସଂଗଠିତ ପଦ୍ଧତିକୁ ପ୍ରଶଂସା କରିଥିଲେ।ବିଶେଷ କରି ମ୍ୟାପିଂ, ମନିଟରିଂ, ନୋଟିସ୍‌ ପ୍ରସ୍ତୁତି ଓ ଶୁଣାଣି କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ପଦ୍ଧତିଗୁଡ଼ିକୁ ମହାରାଷ୍ଟ୍ରରେ ଏସ୍‌ଆଇଆର୍‌ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଭାବେ ପରୀକ୍ଷା କରି ଆପଣାଯିବ ବୋଲି ସେ ପ୍ରକାଶ କରିଥିଲେ।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ