
ଭୁବନେଶ୍ବର : ଖୁବ୍ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ୍ ସିର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ରହିଛି ।ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮ ହଜାର ୩୫୮, ପଞ୍ଚାୟତିରାଜ ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।