ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ଏ-୧ ଗ୍ରେଡ୍‌, ୦.୬୭% ପାସ୍‌ ହାର ହ୍ରାସ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପରୀକ୍ଷା ଫଳ ହାର ୯୭.୩୧% ହୋଇଛି । ୨.୬୯% ପିଲା ଫେଲ୍‌ ହୋଇଛନ୍ତି । ଜିଲ୍ଲା ଏ-୧ ଓ ଏ-୨ ରେଜଲ୍ଟରେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଛି । ପାସ୍‌ ହାର ଅନୁସାରେ ଜିଲ୍ଲା ରାଜ୍ୟରେ ଦଶମ ସ୍ଥାନରେ ରହିଛି । ଅନ୍ୟପଟେ ଗତବର୍ଷଠୁ ଏବର୍ଷ ଅଧିକ ସଂଖ୍ୟାରେ ଏ-୧ ଗ୍ରେଡ୍‌ ହାସଲ କରିଛନ୍ତି ଶିକ୍ଷାର୍ଥୀ । ଗତବର୍ଷ ୧୬୪ ଜଣ ଶିକ୍ଷାର୍ଥୀ ଏ-୧ ପାଇଥିବା ବେଳେ ଚଳିତବର୍ଷ ୧୭୫ ଜଣ ଏ-୧ ପାଇଛନ୍ତି । ଅନ୍ୟପଟେ ପାସ୍‌ ହାରରେ .୬୭ ଧ ହ୍ରାସ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୩୩୮ଟି ହାଇସ୍କୁଲରୁ ମୋଟ ୨୭ ହଜାର ୧୩୭ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏଥିରୁ ୨୬ ହଜାର ୯୦୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩୦ ଜଣ ଅନୁପସ୍ଥିତ ଥିଲେ । ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଜିଲ୍ଲାରୁ ୧୭୫ ଜଣ ଏ-୧ (୦.୬୫%) ରେଜଲ୍ଟ କରିଛନ୍ତି ।

ସେହିପରି ଏ-୨ରେ ୭୯୨ (୨.୯୪%) ଜଣ ରହିଛନ୍ତି । ବି-୧ରେ ୨୨୪୭ (୮.୩୫%)ଜଣ ଥିବା ବେଳେ ବି-୨ରେ ୪୭୮୦ (୧୭.୭୬%) ଜଣ ଅଛନ୍ତି । ସି ଗ୍ରେଡ୍‌ରେ ୭୨୦୦ (୨୬.୭୬%), ଡିରେ ୭୧୮୪(୨୬.୭୦%), ଇରେ ୩୫୮୧ (୧୩.୩୧%)ଜଣ ଅଛନ୍ତି । ୭୧୮ଜଣ (୨.୬୯%) ଏଫ୍‌ ଗ୍ରେଡ୍‌ ଅର୍ଥାତ୍‌ ଫେଲ୍‌ ହୋଇଛନ୍ତି । ଜିଲ୍ଲା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏ-୧ ରେଜଲ୍ଟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଏ-୨ରେ ମଧ୍ୟ ଚତୁର୍ଥ ସ୍ଥାନରେ ଅଛି ।

ମୋଟ ପାସ୍‌ ହାରରେ ରାଜ୍ୟର ଦଶମ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଗତ ୩ ବର୍ଷ ରେଜଲ୍ଟ ଦେଖିବାକୁ ଗଲେ, ୨୦୨୩ ମସିହାରେ ୨୫ ହଜାର ୭୧୪ ଜଣ ପାସ୍‌ କରିଥିବା ବେଳେ ପାସ୍‌ ହାର ୯୬.୪୦% ଥିଲା । ସେ ବର୍ଷ ୨୮୮ ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୨୦୨୪ ମସିହାରେ ୨୭ ହଜାର ୫୮୧ଜଣ ପାସ୍‌ ହୋଇଥିବା ବେଳେ ରେଜଲ୍ଟ ୯୬.୨୬% ହୋଇଥିଲା । ୧୬୪ ଜଣ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିଲେ । ଏବର୍ଷ ଏ-୧ରେ ୧୭୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମୋଟ ପାସ୍‌ ହାର ୯୭.୩୧% ରହିଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ