ଗଞ୍ଜାମରେ ହେବ ୩ଟି ଶୀତଳ ଭଣ୍ଡାର: ଯୋଗାଣ ମନ୍ତ୍ରୀ

ବ୍ରହ୍ମପୁର: ଖରିଫ ଧାନ କିଣାର ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରେ କିପରି ଚାଲିଛି ଚଳିତ ବର୍ଷର ଖରିଫ ଧାନ କ୍ରୟ ପ୍ରକ୍ରିୟା ସେନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛତ୍ରପୁର ସର୍କିଟ ହାଉସ ପରିସରରେ ଯୋଗାଣ ମନ୍ତ୍ରୀ ଜିଲ୍ଲାରେ ଖରିଫ ଧାନ କ୍ରୟ କାର୍ୟ୍ୟ କେତେ ସଫଳ ହୋଇଛି ? ଏବଂ ମିଳିଥିବା ଟାର୍ଗେଟ ପୂରଣ ହେବା ନେଇ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ସେହିପରି ଜିଲ୍ଲାର ରାସନ କାର୍ଡ ପାଇଁ ଇ-କେୱାସିର ଅଗ୍ରଗତି ଏବଂ ଶୀତଳ ଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ ।ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,”ଜିଲ୍ଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି । ଆଉ ୭ ଦିନ ମଧ୍ୟରେ ଧାନ କ୍ରୟ ପ୍ରକ୍ରିୟା ଶେଷ ହେବ । ଅଫିସରମାନେ ଭଲ କାମ କରିଛନ୍ତି । ଧାନ କିଣାରେ ତ୍ରୁଟି ନେଇ ୪୦ରୁ ଊର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଯେଉଁ ଗରିବ ଲୋକଙ୍କ ଆୟ କମ ରହିଥିବ, ସେମାନଙ୍କ ରାସନ କାର୍ଡ କଟିବନି । ଯାହାର ଅଧିକ ଆୟ ରହିଥିବ ତାର ରାସନ କାର୍ଡ କଟିବ । “ସେ ଏହା ମଧ୍ୟ କହିଛନ୍ତି” ପ୍ରକୃତ ଗରିବ ଜନସାଧାରଣ ରାସନ୍ କାର୍ଡ ପାଇବାକୁ ସରକାର ଚାହୁଁଛନ୍ତି । ଅଯୋଗ୍ୟମାନେ ରାସନ୍ କାର୍ଡ ଫେରାଇବା ପାଇଁ ଆମେ ଅପିଲ କରିଛୁ । ଯେଉଁମାନେ ଫେରାଇବେ ନାହିଁ ,ତାର ଯାଞ୍ଚ କରାଯିବ । ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରିଦିଅନ୍ତୁ । ଯେଉଁମାନେ ଉକ୍ତ ସମୟସୀମା ମଧ୍ୟରେ କରିବେ ନାହିଁ । ସେମାନଙ୍କ ରାସନ୍ କାର୍ଡ କଟିଯିବ । ”
ସେ ଆହୁରି କହିଛନ୍ତି,” ଗଞ୍ଜାମ ଜିଲ୍ଲାରେ ମୁଖ୍ୟତଃ ଟମାଟୋ ପରେ କଞ୍ଚା ଲଙ୍କାର ଅଭାବୀ ବିକ୍ରୀ ଲାଗି ଚାଷୀ ହନ୍ତସନ୍ତ ହେଉଛନ୍ତି । ତେଣୁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ସବଡିଭିଜନରେ ଗୋଟିଏ ଲେଖାଏଁ ସମୁଦାୟ ୩ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ବ୍ଳକରେ ଶୀତଳ ଭଣ୍ଡାର ହେଲେ ଅଭାବୀ ବିକ୍ରି ରୋକାଯାଇ ପାରିବ । ଏନେଇ ଟଙ୍କା ଆସିଯାଇଛି ଏବଂ ଖୁବ ଶୀଘ୍ର ଟେଣ୍ଡର ହେବ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏମ୍. ମଧୁମିତାଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ