
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ସ୍ଥିତ ଋଷିକୂଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡିଲେ ଶାବକଙ୍କୁ ବୁଲି ଦେଖିଲେ ରାଜ୍ୟପାଳ । ବର୍ତ୍ତମାନ ଅଣ୍ଡାରୁ ଛୁଆ ଫୁଟିବା ପରେ କୁନି କୁନି ଶାବକ ମାନେ ସମୁଦ୍ରମୁହାଁ ହୋଇଛନ୍ତି କ୍ଷ ଏହାକୁ ବୁଲି ଦେଖିଛନ୍ତି ରାଜ୍ୟପାଳ । ଏହାସହ ଜିଲ୍ଲାର ବିକାଶ କାର୍ୟ୍ୟର ତଦାରଖ କରିଥିଲେ । ରାଜ୍ୟପାଳଙ୍କ ଏହି ପରିଦର୍ଶନ ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଡିଏଫଓ ସନ୍ନି ଖୋଖରଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ ।







