
ଦେବଗଡ଼ : ଦେବଗଡ଼ ଅବକାରୀ ଅଧିକ୍ଷକ ବାସନ୍ତୀପ୍ରଭା ନାୟକଙ୍କ ନିର୍ଦ୍ଦେଶକ୍ରମେ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ତେଲେସ୍ପୋର ଲାକ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରିଆମାଳ ଥାନା ଅନ୍ତର୍ଗତ କଇଁସର ଗ୍ରାମ ଓ ସର୍ପଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରାଯାଇ ୧୦ କିଲୋଗ୍ରାମ ଗଞ୍ଜେଇ ସହିତ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଜୋରି ଗ୍ରାମର ନେପାଳ ମାଟିଆରୀ ଓ ଦୁଖୁ ମାଟିଆରୀ ଏବଂ ରିଆମାଳ ଥାନା ଅନ୍ତର୍ଗତ କାଦପଡ଼ା ଗ୍ରାମର ଅଜୟ ନାୟକ ଙ୍କୁ ଗିରଫ କରାଯାଇଥିବା ବେଳେ କାଦପଡ଼ା ଗ୍ରାମର ସଂଜୀବ ପାଇକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଜବତ ଗଞ୍ଜେଇ, ବାଇକ ଓ ସ୍କୁଟି ର ଆନୁମାନିକ ମୂଲ୍ୟ ୨,୫୦,୦୦୦ /- ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ କନେଷ୍ଟବଳ ମନୋଜ ପ୍ରଧାନ, ସୁନୀଲ ମହାପାତ୍ର, ସାଗର ବେହେରା ଓ ଚାରୁଲତା ନାୟକ ପ୍ରଭୃତି ସାମିଲ ଥିଲେ । ଏନେଇ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ: ୧୫୦/୨୦୨୬-୨୭ ଓ ୧୫୧/୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି l








