
ଦେବଗଡ଼ ଜ଼ିଲ୍ଲା ତିଳେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ମନରେଗା ଓ ସମଗ୍ର ଶିକ୍ଷା ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ଶିବିରରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ଜ଼ିଲ୍ଲା ଶିକ୍ଷା ଅଧିକରୀ ଗେନ୍ଦରା କୁଜୁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ, ସମଗ୍ର ଶିକ୍ଷା ଯୋଜନା ସଂଯୋଜକ ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବି.ଏଲ.ଏ. ଘନଶ୍ୟାମ ଦାସ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨୦୨୩ -୨୪ ଓ ୨୦୨୪ -୨୫ ଆର୍ଥିକ ବର୍ଷ ର ମୋଟ ୬୨ ଟି ବିଦ୍ୟାଳୟ ଗୁଡିକର ଆବଶ୍ୟକୀୟ ବିଭିନ୍ନ ସମସ୍ୟା ଓ ଏହାର ନିରାକାରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଶିବିରରେ ବ୍ଲକର ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରର ୬୨ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପରିଚାଳନା ସମିତି ସଭାପତି, ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବିଭାଗୀୟ ଅଧିକରୀ ପ୍ରଶାନ୍ତ କୁମାର ପ୍ରଧାନ, ସିଆରସିସି ଅଶୋକ କୁମାର ସାହୁ, ଚୂଡ଼ାମଣି ସାହୁ, ଭେନସ କୁମାର ପ୍ରଧାନ, କ୍ଷିତିଶ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଶୁଭଙ୍କର ଦେବତା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।








