
ଦେବଗଡ଼:ବାରକୋଟ ବ୍ଲକର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଆଜି ଆତ୍ମା ସହାୟତାରେ ପ୍ରଶିକ୍ଷଣ ଶିବିର ଓ ମଞ୍ଜି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆତ୍ମାର ବାରକୋଟ ବ୍ଲକ ଅଧ୍ୟକ୍ଷ ଭାରତ ଭୂଷଣ ପ୍ରଧାନ, ବ୍ଲକ କୃଷି ଅଧିକାରୀ ଦିପ୍ତିମୟୀ ଗଡନାୟକ, ବିଟିଏମ ବିବେକାନନ୍ଦ ସାହୁ ଯୋଗ ଦେଇ ଏସଏଚଜି ଗ୍ରୁପର ମହିଳାମାନଙ୍କୁ ମଞ୍ଜି ବିତରଣ କରିବା ସହ କୁକୁଡା ଓ ଛେଳି ଚାଷ ପାଇଁ ପ୍ରେତ୍ସାହନ ରାଶି ପ୍ରଦାନ କରିଥିଲେ। ଏହାସହିତ ବମପରଡା ଓ ମଧ୍ୟପୁର ପଂଚାୟତର ଚାଷୀମାନଙ୍କୁ ନେଇ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ଦିବ୍ୟଜୀବନ ବସନ୍ତରା ପରିଚାଳନା କରିଥିଲେ।








